ମହାଲିଙ୍ଗ ଷ୍ଟାଡିୟମ୍ ମାଟିତଳୁ ଦଗ୍ଧ ମୃତଦେହ ଉଦ୍ଧାର

କଳାହାଣ୍ଡି : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣାରେ ଆଜି ହାଇସ୍କୁଲ ଷ୍ଟାଡିୟମ୍ ଖୋଳାଯାଇଥିଲା । ଏହି ଖୋଦେଇରେ ମାଟି ତଳୁ ଏକ ଦଗ୍ଧ ଶବ ଉଦ୍ଧାର ହୋଇଛି । ଶବଟି ମମିତାଙ୍କର କି ନୁହେଁ ସେନେଇ ତନାଘନା ଆରମ୍ଭ ହୋଇଯାଇଛି । ମମିତାଙ୍କ ପରିବାର ଲୋକଙ୍କୁ ଶବ ଚିହ୍ନଟ ପାଇଁ ଡକାଯାଇଛି । ତେବେ ଶବଟି ପୋଡି ଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇପାରେ । ତେବେ ଡିଏନଏ ଟେଷ୍ଟ କରାଯିବା ପରେ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

ତେବେ ଇତି ମଧ୍ୟରେ ସୂଚନା ମିଳିଛି ଯେ, ମାଟି ତଳୁ ସୁନା ଚେନ୍ ଓ ପାଉଁଜି ମିଳିଛି । ତେଣୁ ଏଥିରୁ ଅନୁମାନ କରାଯାଉଛି ଯେ, ଶବଟି ଜଣେ ମହିଳାଙ୍କର ହୋଇଥିବ । ତେବେ ଡିଏନଏ ଟେଷ୍ଟ ପରେ ହିଁ ଜଣାପଡ଼ିବ ଯେ, ମୃତଦେହଟି ମମିତାଙ୍କର କି ନୁହେଁ ।

କିନ୍ତୁ ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଯାହା ଆଶଙ୍କା କରାଯାଉଛି ଯେ, ଏହା ଏକ ଯୋଜନା ବଦ୍ଧ ହତ୍ୟା ଘଟଣା । ତେବେ ଆଜି ବଲାଙ୍ଗୀର ଓ କଳାହାଣ୍ଡି ପୋଲିସ୍ ମିଳିତ ଭାବରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏହା ଭିତରେ ମାଟି ତଳୁ ଏକ ଗଳିତ ଶବ ଉଦ୍ଧାର ହୋଇଛି । ତେବେ ଶବଟି ମମିତାଙ୍କର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here