27.1 C
Bhubaneswar
Wednesday, June 26, 2024
Homeଅପରାଧଶୂନହଟରେ ଗୋଷ୍ଠୀ ସଂଘର୍ଷ

ଶୂନହଟରେ ଗୋଷ୍ଠୀ ସଂଘର୍ଷ

ବାଲେଶ୍ୱର : ଶୂନହଟରେ ଗୋଷ୍ଠୀ ସଂଘର୍ଷ । ଆଜି ମଧ୍ୟାହ୍ନରେ ବାଲେଶ୍ୱର ଟାଉନ୍‌ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପୁଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରସ୍ପରକୁ ଢେଲା ପଥର ମାଡ଼ କରିଛନ୍ତି। ଢେଲା ପଥର ମାଡ଼ରେ ସାଧାରଣ ଜନତା, ପୁଲିସ୍‌ ଓ କିଛି ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ୪ରୁ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିର ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଟାଉନ ଥାନା ଅଞ୍ଚଳର ଭୁଜାଖିଆ ପିର-ଚାନ୍ଦିପୁର ରାସ୍ତା ପାର୍ଶ୍ୱରେ ରକ୍ତ ଭଳିଆ ଦେଖାଯାଉଥିବା ନାଲି ରଙ୍ଗର ପାଣି ପ୍ରବାହିତ ହେଉଥିବା ଆଜି ସକାଳେ ଦେଖିବାକୁ ମିଳିଥିଲା। ଏହାକୁ ରକ୍ତ ବୋଲି ସନ୍ଦେହ କରି ଗୋଟିଏ ଗୋଷ୍ଠୀ ପାତ୍ରପଡ଼ା ଛକରେ ପ୍ରତିବାଦ କରିଥିଲା। ଯେଉଁଥିପାଇଁ ଯାତାୟତ ଠପ୍‌ ହୋଇଥିଲା। ଖବର ପାଇଁ ଏସ୍‌ଡିସିଓ ଓ ଟାଉନ୍‌ ଥାନା ଅଧିକାରୀ ଫୋର୍ସ ଧରି ପହଞ୍ଚିଥିଲେ। ବୁଝାସୁଝା କରିବା ପରେ ଉତ୍ତେଜନା ଶାନ୍ତ ପଡ଼ିଛି। ପୁଲିସ୍‌ ଦୁଇ ଗୋଷ୍ଠୀର ମୁରବୀମାନଙ୍କୁ ଡାକି ଆଲୋଚନା କରୁଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking