ଭୋପାଳ: ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲାରେ ଗୋଟିଏ ଚର୍ଚ୍ଚ ପୋଡିଥିବା ଅଭିଯୋଗରେ ସ୍ଥାନୀୟ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ବ୍ୟାପକ ଧର୍ମାନ୍ତରୀକରଣ ଅଭିଯାନ ଚାଲିଥିବାରୁ କେତେକ ହିନ୍ଦୁ ସଂଗଠନ ଏହାର ତୀବ୍ର ବିରୋଧ କରିଆସୁଛନ୍ତି । ଅଭିଯୁକ୍ତମାନେ ଚର୍ଚ୍ଚକୁ ପୋଡିବାପରେ କାନ୍ଥରେ ‘ଶ୍ରୀରାମ’ ଲେଖିଥିବା ଜଣାପଡିଛି । ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ଉତ୍ତରପ୍ରଦେଶ ନିବାସୀ ହୋଇଥିବାବେଳେ ଅନ୍ୟ ଜଣେ ଏମବିଏ ଡିଗ୍ରୀଧାରୀ ବୋଲି ଜଣାପଡିଛି ।