14.1 C
Bhubaneswar
Saturday, January 11, 2025
Homeଓଡିଶା+୨ ପରୀକ୍ଷା ଲାଗି ସିଏଚ୍‌ଏସ୍‌ଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ: ୧୧୪୦ କେନ୍ଦ୍ରରେ ହେବ ପରୀକ୍ଷା

+୨ ପରୀକ୍ଷା ଲାଗି ସିଏଚ୍‌ଏସ୍‌ଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ: ୧୧୪୦ କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର:୨୦୨୩ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୧ରୁ ଆରମ୍ଭ ହୋଇ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଥିଓରୀ ପରୀକ୍ଷା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଚଳିତବର୍ଷ ୨ଥର ଫର୍ମ ପୂରଣ ପ୍ରକ୍ରିୟା ଶେଷ ହେବା ପରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ ୩ ଲକ୍ଷ ୫୬ ହଜାର ୪୪୯ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମପୂରଣ କରିଥିବା ବେଳେ ୩ୟ ପର୍ଯ୍ୟାୟ ଫର୍ମ ପୂରଣରେ ୧୨ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ଜଣାପଡ଼ିଛି । ଫଳରେ ଚଳିତବର୍ଷ ମୋଟ ୩ଲକ୍ଷ ୫୮ହଜାର ୪୯୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷା ଲାଗି +୨ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ସଂସ୍କୃତ କଲେଜକୁ ବାଦ ଦେଲେ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିଅର କଲେଜ ସଂଖ୍ୟା ୧୫୯୦ ।

ସେଥିରୁ ଏଥର ୧୧୪୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିଅର କଲେଜକୁ ପରୀକ୍ଷାକେନ୍ଦ୍ର ଭାବେ ମନୋନୀତ କରାଯାଇଛି । ସେହିପରି ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଲାଗି ପ୍ରଶ୍ନପତ୍ର ସୁରକ୍ଷାକୁ ଗୁରୁତ୍ୱ ଦେଇ ୨୦୨ଟି ହବ୍‌କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏହି ହବ୍‌କେନ୍ଦ୍ରରେ ପ୍ରଶ୍ନପତ୍ର, ଉତ୍ତରଖାତା, ଆଦି ରଖାଯିବ । ତେବେ ଜିଲ୍ଲାୱାରୀ ରିପୋର୍ଟ ଅନୁସାରେ ବାଲେଶ୍ୱରରେ ମୋଟ୍ ୧୧ଟି ହବ୍ ସେଣ୍ଟର ବ୍ୟବସ୍ଥା କରାଯାଇଛି । ସେହିପରି ଭଦ୍ରଖରେ ୫ଟି, ବଲାଙ୍ଗିରରେ ୯ଟି, ସୋନପୁରରେ ୫ଟି, କଟକରେ ୧୪ଟି, ଜଗତସିଂପୁରରେ ୭ଟି, ଯାଜପୁରରେ ୭ଟି, କେନ୍ଦ୍ରାପଡାରେ ୭ଟି, ଅନୁଗୁଳରେ ୭ଟି, ଢ଼େଙ୍କାନାଳରେ ୭ଟି, ଗଞ୍ଜାମରେ ୧୬ଟି, ଗଜପତିରେ ୪ଟି, କଳାହାଣ୍ଡିରେ ୭ଟି, ନୂଆପଡାରେ ୩ଟି, କେନ୍ଦୁଝରରେ ୮ଟି, କୋରାପୁଟରେ ୬ଟି, ମାଲକାନଗିରିରେ ୩ଟି, ନବରଙ୍ଗପୁରରେ ୩ଟି, ରାୟଗଡାରେ ୫ଟି, ମୟୁରଭଞ୍ଜରେ ୯ଟି, ବୌଦ୍ଧରେ ୩ଟି, ଫୁଲବାଣୀରେ ୫ଟି, ଖୋର୍ଦ୍ଧାରେ ୧୨ଟି, ନୟାଗଡରେ ୫ଟି, ପୁରୀରେ ୭ଟି, ବରଗଡରେ ୮ଟି, ଦେବଗଡରେ ୨ଟି, ଝାରସୁଗୁଡାରେ ୩ଟି, ସମ୍ବଲପୁରରେ ୬ଟି, ସୁନ୍ଦରଗଡରେ ୮ଟି ହବ୍ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସେହିପରି ସମସ୍ତ କଲେଜରେ ପ୍ରାକ୍ଟିକାଲ କରାଯିବ ।

ସବୁ ପ୍ରାକ୍ଟିକାଲ ରୁମରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ପ୍ରାକ୍ଟିକାଲ ପରୀକ୍ଷା ପରୀକ୍ଷା ଶେଷ ହେବା ପରେ ଫେବୃଆରୀ ୧୭ତାରିଖ ସୁଦ୍ଧା ପ୍ରାକ୍ଟିକାଲ ଉତ୍ତରଖାତା ଏବଂ ମାର୍କ ସିଏଚ୍‌ଏସ୍‌ଇରେ କଲେଜ କର୍ତ୍ତୃପକ୍ଷ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷାରେ ସ୍ୱଚ୍ଛତା ଲାଗି ଜୋନ ୱାରୀ ସ୍କ୍ୱାଡିଂ ବ୍ୟବସ୍ଥା ହୋଇଥିବା ବେଳେ ପରୀକ୍ଷାକେନ୍ଦ୍ରରେ ୩ସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯିବ । ପ୍ରାକ୍ଟିକାଲ ପରୀକ୍ଷାରେ ଘରୋଇ କଲେଜରେ ବାହାର କଲେଜରେ ବରିଷ୍ଟ ଅଧ୍‌ୟାପକଙ୍କୁ ସୁପରିଟେଣେ୍‌ହଟ ଭାବେ ନିଯୁକ୍ତ କରାଯିବ । ପରୀକ୍ଷା ଆରମ୍ଭ ହେବାର ୧ଘଣ୍ଟା ୍ରୂପୂର୍ବରୁ ହବ୍‌କେନ୍ଦ୍ରରୁ ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରକୁ ପଠାଯିବ । ହବ୍‌କେନ୍ଦ୍ରରେ ପ୍ରଶ୍ନପତ୍ର ଲାଗି ଆଇରନ୍ ଚେଷ୍ଟ୍ ବ୍ୟବସ୍ଥା ହୋଇଥିବା ବେଳେ ସିସି କ୍ୟାମେରା ଏବଂ ୨୪ଘଣ୍ଟିଆ ପୁଲିସ ସୁରକ୍ଷା ବଳୟରେ ରଖାଯିବ । କୌଣସି ଅବ୍ୟବସ୍ଥା କିମ୍ବା ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି +୨ ପରିଷଦର ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି । ପରୀକ୍ଷା ପୂର୍ବରୁ ଅର୍ଥାତ ଆସନ୍ତା ସପ୍ତାହରେ ଜୋନ ୱାରୀ ବରିଷ୍ଟ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking