38.5 C
Bhubaneswar
Monday, June 8, 2026
Homeଓଡିଶା୨୧୫ଟି ଦେଶକୁ ନେଇ ଜାରି ରହିଛି ଚିନ୍ମୟ ଫାଉଣ୍ଡେସନର ଅନ୍ତର୍ଜାତୀୟ ଚିତ୍ର ପ୍ରତିଯୋଗିତା

୨୧୫ଟି ଦେଶକୁ ନେଇ ଜାରି ରହିଛି ଚିନ୍ମୟ ଫାଉଣ୍ଡେସନର ଅନ୍ତର୍ଜାତୀୟ ଚିତ୍ର ପ୍ରତିଯୋଗିତା

ଯାଜପୁର: ସମଗ୍ର ବିଶ୍ୱର ମାନବ ସମୁଦାୟକୁ ଗୋଟିଏ ସୂତ୍ରରେ ଯୋଡିବା ନିମନ୍ତେ ଆଜକୁ ଦୀର୍ଘ ଦିନ ଧରି ପ୍ରୟାସ ଜାରି ରଖିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଏହି ପରିପ୍ରେକ୍ଷୀରେ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ବିଶ୍ଵର ୨୧୫ଟି ଦେଶକୁ ନେଇ ଜାରି ରହିଛି ଅନଲାଇନ୍ ୱର୍ଲ୍ଡ ବ୍ୟୁଟି କୁଇନ ଆଣ୍ଡ ୱର୍ଲ୍ଡ ବିୟୂଟିଫୁଲ୍ କିଙ୍ଗ ପ୍ରତିଯୋଗିତା ସହ ନୃତ୍ୟ, ସଙ୍ଗୀତ, ଅଭିନୟ, ମ୍ୟାଜିକ ଶୋ, ଟିକ୍ ଟକ୍, ରିଲ୍ସ, ସ୍ୱ ରଚିତ କବିତା ପାଠ, ମେହେନ୍ଦି, ରଙ୍ଗୋଲି, ଝୋଟି, ମୁରୁଜ, ଫୁଲଘର, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ମାନ। ଚିତ୍ର ପ୍ରତିଯୋଗିତାରେ ହଜାର ହଜାର ସଂଖ୍ୟାରେ ବିଦେଶୀ ପ୍ରତିଯୋଗୀ ଯୋଡ଼ି ହେଉଥିବାର ଦେଖିବାକୁ ମିଳିଛି। ଏହି ସମସ୍ତ ଅନଲାଇନ୍ ପ୍ରତିଯୋଗିତା ଗୁଡ଼ିକ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିରେ ଭାଗ ନେବା ପାଇଁ ଇଛୁକ ବ୍ୟକ୍ତି ଫାଉଣ୍ଡେସନର ହ୍ୱାତ୍ସପ୍ ସଂଖ୍ୟା ୯୯୩୮୮୧୦୫୩୯ ମାଧ୍ୟମରେ ଯୋଗାଯୋଗ କରିପାରିବେ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡଃ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking