19.1 C
Bhubaneswar
Tuesday, November 19, 2024
Homeବ୍ରେକୀଙ୍ଗକରୋନା ମହାମାରୀ ସତ୍ତ୍ୱେ ଚୀନ ଅର୍ଥ ବ୍ୟବସ୍ଥାରେ ବୃଦ୍ଧି

କରୋନା ମହାମାରୀ ସତ୍ତ୍ୱେ ଚୀନ ଅର୍ଥ ବ୍ୟବସ୍ଥାରେ ବୃଦ୍ଧି

ନୂଆଦିଲ୍ଲୀ : କରୋନା ଭାଇରସ୍ ବିସ୍ତାର ସତ୍ଵେ ୨୦୨୦ ରେ ଚୀନ୍‌ର ଅର୍ଥନୀତି ୨.୩ ପ୍ରତିଶତ ହାରରେ ବୃଦ୍ଧି ପାଇଥିବାବେଳେ ଆମେରିକା, ୟୁରୋପ ଏବଂ ଜାପାନ ଭଳି ଦେଶ ଏହି ସମୟରେ ମହାମାରୀ ଦ୍ୱାରା ଅସୁବିଧାରେ ପଡ଼ିଥିଲେ । ସରକାରୀ ଆକଳନ ଅନୁଯାୟୀ, ଡିସେମ୍ବର ଶେଷ ହୋଇଥିବା ତ୍ର୍ୟ ମାସିକରେ ଅର୍ଥନୀତି ୬.୫ ପ୍ରତିଶତ ବୃଦ୍ଧି ପାଇଛି ।  ଯାହା ପୂର୍ବ ବର୍ଷର ସମାନ ଅବଧି ତୁଳନାରେ ପୂର୍ବ ତ୍ର୍ୟମାସରେ ୪.୯ ପ୍ରତିଶତ ଥିଲା ।

କରୋନା ଭାଇରସ୍ ମହାମାରୀ କାରଣରୁ କାରଖାନା ଏବଂ ଦୋକାନ ବନ୍ଦ ହେତୁ ୨୦୨୦ ର ପ୍ରଥମ ତ୍ର୍ୟ ମାସରେ ଚୀନ୍‌ର ଅର୍ଥନୀତି ୬.୮ ପ୍ରତିଶତ ହ୍ରାସ ପାଇଥିଲା । ଏହା ପରେ ଚୀନ୍ ପରବର୍ତ୍ତୀ ତ୍ର୍ୟମାସରେ ୩.୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ତେବେ ଗତ ୪୫ ବର୍ଷ ମଧ୍ୟରେ ଚୀନ୍ ଦ୍ୱାରା ଏହା ସର୍ବନିମ୍ନ ଅଭିବୃଦ୍ଧି ହାସଲ କରିଛି, କିନ୍ତୁ ଆମେରିକା ଏବଂ ଅନ୍ୟାନ୍ୟ ପ୍ରମୁଖ ଅର୍ଥନୀତି ତୁଳନାରେ ଏହା ଅଧିକ । ଏହି ଦେଶଗୁଡିକ ୨୦୨୦ ପାଇଁ ଏପର୍ଯ୍ୟନ୍ତ ଅଭିବୃଦ୍ଧି ଆକଳନ ଘୋଷଣା କରିନାହାଁନ୍ତି, କିନ୍ତୁ ଏହି ସମୟ ମଧ୍ୟରେ ସେମାନଙ୍କ ଅର୍ଥନୀତିରେ ସଂକୋଚନ ନିଶ୍ଚିତ ଅଟେ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking