ନୂଆଦିଲ୍ଲୀ: ମନୁଷ୍ୟଙ୍କ ଶରୀରରେ ବାର୍ଡ ଫ୍ଲୁ ର ଏଚ୧୦ଏନ୩ ସ୍ୱରୂପରେ ସଂକ୍ରମିତ ହେବା ପ୍ରଥମ କେସ ଚୀନର ପୂର୍ବ ପ୍ରାତ ଜିୟାଂଗୁସରେ ସାମ୍ନାକୁ ଆସିଛି । ଚୀନର ରଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର ଏହି ସୂଚନା ପ୍ରଦାନ କରିଛି । ଇନଜିୟାଙ୍ଗ ସହରର ୪୧ ବର୍ଷିୟ ରୋଗୀଙ୍କ ସ୍ୱାସ୍ଥ୍ୟ ଏବେ ସ୍ଥିର ରହିଛି ଏବଂ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି । ସେହି ରୋଗୀଙ୍କ ଦେହରେ ଜ୍ୱର ଓ ଅନ୍ୟ ଲକ୍ଷଣ ଦେଖାଯିବା ପରେ ୨୮ ଏପ୍ରିଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨୮ମେ ରେ ଏହି ବ୍ୟକ୍ତି ଜଣଙ୍କ ଏଚ୧୦ଏନ୩ ଏଭିୟନ ଇନଫ୍ଲୁଏନଜା ଭାଇରସରେ ସଂକ୍ରମିତ ବୋଲି ଜଣାପଡିଥିଲା । ତେବେ ସେ କେମିତି ଏହି ଭାଇରସ ରେ ସଂକ୍ରମିତ ହେଲେ, ସେ ନେଇ କିଛି ତଥ୍ୟ ପ୍ରଦାନ କରିନାହାନ୍ତି । ତେବେ କୁକୁଡାରୁ ଏହା ମନୁଷ୍ୟକୁ ବ୍ୟାପିଥାଏ ବୋଲି କୁହାଯାଇଛି ।