19.1 C
Bhubaneswar
Friday, February 13, 2026
Homeଓଡିଶାଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଦିବସ ପାଳନ

ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଦିବସ ପାଳନ

ଯାଜପୁର: ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୈଉରାଜଜ୍ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଜମଧର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ପ୍ରାଧିକରଣ ସଚୀବ ଶ୍ରୀମତୀ ଜ୍ୟୋତିର୍ମୟୀ ଅଧ୍ୟକ୍ଷତା ରେ ଶିଶୁ ଦିବସ ପାଳିତ ହୋଇ ଯାଇଛି ।ଏଥିରେ ଅତିଥି ଭାବେ ପ୍ରାଧିକରଣ ର ପ୍ରାକ୍ତନ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି,ଡିଏସପି ସବିତା ମାଝି,ଡିସିପିଓ ନିରଞ୍ଜନ କର ପ୍ରମୁଖ ଯୋଗ ଦେଇ ଶିଶୁ ଦିବସ ର ମହତ୍ତ୍ଵ ,ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହାରଲାଲ ନେହେରୁ ଙ୍କ ସହ ଶିଶୁ ଦିବସ ର ସମ୍ପର୍କ ବିଷୟ ରେ ବର୍ଣନା କରିଥିଲେ ।ଶିଶୁ ଅମୃତ ହେଉଛି ସନ୍ତାନ ।ପରିବାର ସମାଜ ଓ ରାଷ୍ଟ୍ର ର ଭବିଷ୍ୟତ ଓ ନିର୍ଭର ଯୋଗ୍ୟ ଭରସା କହିଲେ ଶିଶୁ ମାନଙ୍କୁ ହିଁ ବୁଝାଏ ବୋଲି ଆଲୋଚନା ରୁ ମତ ପ୍ରକାଶ ପାଇଥିଲା ।
ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଡିବେଟ୍ ପ୍ରତିଯୋଗୀତା ହୋଇଥିଲା ଏଥିରେ ଦେବସ୍ମିତା ରଣା ପ୍ରଥମ,ଶୁଭସ୍ମିତା ସେଠୀ ଦ୍ଵିତୀୟ,ବେଵି ରଣା ତୃତୀୟ ହୋଇ ପ୍ରାଧିକରଣ ଦ୍ଵାରା ପୁରସ୍କାର ଓ ପ୍ରମାଣ ପତ୍ର ଗ୍ରହଣ କରିଥିଲେ ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋଲକ ଚରଣ ସାହୁ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଵା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ର କର୍ମଚାରୀ ଏବଂ ବିଦ୍ୟାୟ ର ଶିକ୍ଷକ ,ଶିକ୍ଷା କର୍ମଚାରୀ ଵୃନ୍ଦ ସହଯୋଗ କରିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking