କଟକ : କଟକ ଏସସିବିର ଏସଏନସିୟୁ ରୁ ନବଜାତ ଶିଶୁକନ୍ୟା ଚୋରି ଅଭିଯୋଗ । ଚୋରି ଯାଇଥିବା ନବଜାତକର ମାଆ ଯାଁଳା କନ୍ୟା ପ୍ରସବ କରିଥିଲେ । ଗୋଟିଏ ଝିଅକୁ ଧରି ମା ପ୍ରସୂତି ବିଭାଗ ବ୍ୱାର୍ଡରେ ଅଛନ୍ତି । ଅନ୍ୟ ଝିଅଟି ଜଣ୍ଡିସ୍ ଆକ୍ରାନ୍ତ ହେବାରୁ ଏସଏନସିୟୁରେ ରଖା ଯାଇଥିଲା । ଏସଏନସିୟୁର ଝିଅଟିକୁ କେହି ନେଇଯାଇଥିବା ପରିବାରର ଅଭିଯୋଗ । ଚୋରି ଅଭିଯୋଗ ପରେ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ଖୋଳତାଡ ଆରମ୍ଭ ।