ଭୋପାଲ : ମଧ୍ୟପ୍ରଦେଶର ଭୋପାଲଠାରେ ଏକ ୬ ବର୍ଷ ଶିଶୁକୁ ଦୁଷ୍କର୍ମ ଘଟଣା ସାମନାକୁ ଆସିଛି । ଶିଶୁ ଟି ସହ ଦୁଷ୍କର୍ମ କରିଥିବା ଆଉ କେହି ନୁହଁନ୍ତି , ଶିଶୁଟିର ସମ୍ପର୍କିୟ ଅଜା । ଏହି ଘଟଣାଟି ୮ ଦିନ ତଳୁ ଘଟିଥିଲା କିନ୍ତୁ ଡର କାରଣରୁ ଶିଶୁଟି ଏହା କାହାକୁ ଜଣାଇନଥିଲା । ଗୁରୁବାର ଦିନ ଶିଶୁୁର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେ ନିଜ ମା’ଙ୍କୁ ସବୁ କଥା କହିଥିଲା । ଏହାପରେ ପରିବାରବର୍ଗ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାର ଯାଞ୍ଚ କରି ଆରୋପୀକୁ ଗିରଫ କରିନେଇଛି ।
ଏହି ଘଟଣା ଘଟିବାର କିଛି ଦିନ ପରେ ଶିଶୁର ସ୍ୱଭାବ ଓ ସ୍ୱାସ୍ଥ ବିଗୁଡୁଥିବା ଦେଖି ମା’ ଚିନ୍ତିତ ହୋଇପଡିଥିଲେ ଓ ବାରମ୍ବାର ତାଙ୍କ ଝିଅକୁ କ’ଣ ହୋଇଛି ବୋଲି ପଚରାଉଚରା କରିଥିଲେ । ଏହାପରେ ଝିଅ କାନ୍ଦ କାନ୍ଦି ମା’ଙ୍କୁ ସବୁ କଥା କହିଥିଲା । ଏହପରେ ପରିବାର ଲୋକେ ପୋଲିସରେ ଖବର ଦେଇଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।
ପୋଲିସର କହିବା ଅନୁସାରେ ଶିଶୁଟି ର ମା’ ଏହା ଅଭିଯୋଗ କରିଥିଲେ ଯେ, ୮ ଦିନ ପୁର୍ବରୁ ତାଙ୍କ ଝିଅ ଓ ପୁଅକୁ ସିଙ୍ଗଡା ଦେବା ଲୋଭରେ ତାଙ୍କର ଜଣେ ସମ୍ପର୍କିୟ ଏକ ରୁମକୁ ଡାକି ନେଇଥିଲେ । ଏହାପରେ ତା’ ସହ ଦୁଷ୍କର୍ମ କରିଥିଲେ । ଶିଶୁଟିର ରକ୍ତ ସ୍ରାବ ହେଉଥିବା ଦେଖି ସେ ଶିଶୁ ଟିକୁ ୨୦ ଟଙ୍କା ଓ ସିଙ୍ଗଡା ଦେଇଥିଲେ ଓ କାହାକୁ ନ କହିବା ପାଇଁ କହିଥିଲେ । ପୋଲିସର କହିବା ଅନୁଯାୟୀ ଶିଶୁ ଟି ଭୟଭୀତ ହୋଇ କାହାକୁ କିଛି କହିନଥିଲା ।