18.1 C
Bhubaneswar
Friday, December 27, 2024
Homeଓଡିଶାମୁଖ୍ୟ ଶାସନ ସଚିଵ ଓ ୫-ଟି ସଚିବଙ୍କ ସୁନ୍ଦରଗଡ଼ ଗସ୍ତ

ମୁଖ୍ୟ ଶାସନ ସଚିଵ ଓ ୫-ଟି ସଚିବଙ୍କ ସୁନ୍ଦରଗଡ଼ ଗସ୍ତ

ସୁନ୍ଦରଗଡ଼: ଆଜି ସକାଳ ୯ଟା ୪୫ରେ ଓଡିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନ, ଏନ୍ ଆର୍ ଏଚ୍ ଏମ୍ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଓ ଅନ୍ୟ ବରିଷ୍ଠ ସଚିବ ଅଧିକାରୀମାନେ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ନିର୍ମାଣାଧୀନ ମେଗା ପ୍ରକଳ୍ଫ ଓ ଏନଟିପିସି ମେଡିକାଲ ପରିଦର୍ଶନ ସହ ସମୀକ୍ଷା କରିଛନ୍ତି। ସକାଳ ୮ଟା ୩୦ରେ ଝାରସୁଗୁଡ଼ାର ଵୀର ସୁରେନ୍ଦ୍ର ସାଏ ଵିମାନ ବନ୍ଦରରେ ଓହ୍ଲାଇବା ପରେ ପ୍ରଥମେ କୁଣ୍ଡୁକେଲା ଗ୍ରିଡ ସବଷ୍ଟେସନ, ଭେଡାବାହାଲ କୋଲ କରିଡର, ଭବାନୀପୁର ଅଙ୍ଗନବାଡି କେନ୍ଦ୍ର, କିଞ୍ଜିର୍ମା ସରକାରୀ ଉଚ୍ଚ ଵିଦ୍ୟାଳୟ ଓ ଏନଟିପିସି ମେଡିକାଲ କଲେଜ, ହସ୍ପିଟାଲ ପରିଦର୍ଶନ କରିଛନ୍ତି। ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଭିନିଲକ୍ରିଷ୍ଣା ମଧ୍ୟ ଆସିଥିବା ଜଣାଯାଇଛି ।

ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାର ୫୦ଟି ସରକାରୀ ହାଇସ୍କୁଲର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ଉନ୍ନତି କାର୍ଯ୍ୟ କରାଯାଉଛି । ସ୍କୁଲର ପରିବେଶକୁ ସୁନ୍ଦର ଓ ଆକର୍ଷଣୀୟ କରାଯାଉଛି । ଏହାସହ ସ୍ମାର୍ଟ କ୍ଲାସ ରୁମ, ଇ ଲାଇବ୍ରେରୀ କରାଯିବା ସହ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଉଛି । ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ନିର୍ମାଣ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ, ଅନୁଦାନପ୍ରାପ୍ତ ଓ ଟିଆର୍‌ଡବ୍ଲ୍ୟୁ ହାଇସ୍କୁଲକୁ ମିଶାଇ ମୋଟ ୩୮୩ଟି ସ୍କୁଲ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ହାତକୁ ନିଆଯାଇଛି । ରାଉରକେଲା ସହରର ପାନୀୟ ଜଳ ସମସ୍ୟାର ସମାଧାନ କରିବା ସହ ବୃହତ ଜଳସେଚନ ପ୍ରକଳ୍ପ ହମିରପୁର କୋଏଲ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏ‌ହାସ‌ହ ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରିମା ଠାରେ ଜଳ ସଂରକ୍ଷଣ ଓ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୧ କୋଟି ୫୩ ଲଷ ଟଙ୍କା ମଞ୍ଜୁର କରିଥିବା ୫-ଟି ସଚିବ ଭିସି ମାଧ୍ୟମରେ ଗତ ଜୁଲାଇ ୬ ତାରିଖରେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking