26.1 C
Bhubaneswar
Tuesday, September 17, 2024
Homeଓଡିଶାଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଫେଲୋସିପ୍ ଯୋଜନା; ୩ଶହ ଗବେଷଣାର୍ଥୀଙ୍କୁ ମିଳିବ ମାସିକ ୩୦ ହଜାର

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଫେଲୋସିପ୍ ଯୋଜନା; ୩ଶହ ଗବେଷଣାର୍ଥୀଙ୍କୁ ମିଳିବ ମାସିକ ୩୦ ହଜାର

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ଗବେଷଣା ଓ ଅଭିନବୀକରଣ ସହାୟତା ଯୋଜନା(ସିଏମ୍‌ଆରଆଇଏଫପି) । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ପିଏଚ୍‌ଡି କରୁଥିବା ତଥା ଗବେଷଣା କରୁଥିବା ଛାତ୍ରଛାତ୍ରୀମାନେ ଏହା ଦ୍ୱାରା ଉପକୃତ ହେବେ । ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଆରମ୍ଭ ହେବ ଚିଫ୍ ମିନିଷ୍ଟର ରିସର୍ଚ୍ଚ ଇନୋଭେସନ୍ ଫେଲୋସିପ୍ ପ୍ରୋଗ୍ରାମ । ବିଶ୍ୱବିଦ୍ୟାଳୟରେ ଗବେଷଣାକୁ ଆହୁରି ଉନ୍ନତ ଧରଣର କରିବାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ୨୦୨୩-୨୪ ଶିକ୍ଷା ବର୍ଷରୁ ଏହି ନୂତନ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ପ୍ରଚଳିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଇନୋଭେସନ୍ ଇନସେନଟିଭାଇଜେସନ୍ ପ୍ଲାନ(ଓୟୁଆରଆଇପି)ର ଏହା ଏକ ବର୍ଦ୍ଧିତ ସଂସ୍କରଣ ହେବାକୁ ଯାଉଛି । ସିଏମ୍‌ଆରଆଇଏଫ୍‌ପିରେ ରିସର୍ଚ୍ଚ ସ୍କଲାରମାନଙ୍କୁ ଅନୁସନ୍ଧାନ ଅନୁକୂଳ ବାତାବରଣ ମିଳିବ । ଏଥିଲାଗି ଗବେଷଣା ସହାୟତା ବାବଦରେ ଦିଆଯାଉଥିବା ପାଣ୍ଠି ମଧ୍ୟ ବୃଦ୍ଧି କରାଯାଇଛି । ଯେଉଁଥିରେ ମାସିକ ୩୦୦ ରିସର୍ଚ୍ଚ ସ୍କଲାରଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଫେଲୋସିପ୍ ଅନୁଦାନ ମିଳିବ ।

ରାଜ୍ୟର ସରକାରୀ ବିଶ୍ୱଦ୍ୟାଳୟରେ ପିଏଚ୍‌ଡି କରୁଥିବା ସ୍କଲାରଙ୍କ ପାଞ୍ଚ ବର୍ଷ ପାଇଁ ଏହି ବ୍ୟବସ୍ଥା କରାଯାଇଥିବାବେଳେ ପ୍ରତି ବର୍ଷ ରିସର୍ଚ୍ଚ ସ୍କଲାର ୫୦ ହଜାର କଣ୍ଟିଜେନ୍ସି ଅର୍ଥ ପାଇବେ । ଏଥିସହ ଶ୍ରେଷ୍ଠ ୨୫ ପ୍ରକାଶନ ମାଧ୍ୟମରେ ୫୦ହଜାରର ପ୍ରକାଶନ ଅନୁଦାନ ସାହାଯ୍ୟ ବି ପ୍ରଦାନ କରିବେ ରାଜ୍ୟ ସରକାର । ଏହି ନୂତନ ଯୋଜନା ପାଇଁ ନେଟ୍ ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ । ସେହିପରି ୬୦ ଜଣ ଅଧ୍ୟାପକମାନେ ସିଡ୍ ରିସର୍ଚ୍ଚ ପାଣ୍ଠି ଅନୁଦାନ ଭାବେ ୫୦ ବର୍ଷ ବୟସ ଯାଏଁ ବିଜ୍ଞାନରେ ବାର୍ଷିକ ୧୦ ଲକ୍ଷ ଓ ସାମାଜିକ ବିଜ୍ଞାନରେ ୭ଲକ୍ଷ ଟଙ୍କା ପାଇବାର ବ୍ୟବସ୍ଥା ରହିଛି । ଗବେଷଣାରେ ଶ୍ରେଷ୍ଠ ଉକ୍ରର୍ଷ କେନ୍ଦ୍ରଙ୍କୁ ୩୫ ଲକ୍ଷ ଟଙ୍କା ମିଳିବାର ପ୍ରାବଧାନ ରଖାଯାଇଛି । ମିଳିଥିବା ସୂଚନା ମୁତାବକ ‘ସିଏମଆରଆଇଏଫପି’ ପାଇଁ ଆଶାୟୀଙ୍କୁ ବିଶ୍ୱବିଦ୍ୟାଳୟଗୁଡ଼ିକରେ କମନ୍ ପିଏଚଡି ପ୍ରବେଶିକା ପରୀକ୍ଷା ଦେବାକୁ ହେବ । ୟୁଜି ଓ ପିଜି ସ୍ତରରେ ୬୦ପ୍ରତିଶତରୁ ଅଧିକ ନମ୍ବର ଥିବା ମଧ୍ୟ ଆବଶ୍ୟକ । ଅନୁଦାନ ବୃଦ୍ଧି ଦ୍ୱାରା ଅଧିକ ଗୁଣାତ୍ମକ ଗବେଷଣା କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking