26.1 C
Bhubaneswar
Tuesday, September 17, 2024
Homeଓଡିଶାନବନିଯୁକ୍ତ ୧୧୫୨ ଅଧ୍ୟାପକ, ଅଫିସର ଓ କର୍ମଚାରୀଙ୍କୁ ମନ୍ତ୍ର; ୫ଟି ଉପକ୍ରମ ଅନୁସରଣରେ କାର୍ଯ୍ୟ କର:...

ନବନିଯୁକ୍ତ ୧୧୫୨ ଅଧ୍ୟାପକ, ଅଫିସର ଓ କର୍ମଚାରୀଙ୍କୁ ମନ୍ତ୍ର; ୫ଟି ଉପକ୍ରମ ଅନୁସରଣରେ କାର୍ଯ୍ୟ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିଜ ନିଜ ଚାକିରି କ୍ଷେତ୍ରରେ ୫ଟି ଉପକ୍ରମକୁ ଅନୁସରଣ କର । ନିଷ୍ଠାର ସହ କଠିନ ପରିଶ୍ରମ କରି ସାଧାରଣ ଲୋକଙ୍କୁ ସେବା ଦିଅ । ଏହାଦ୍ୱାରା ନୂଆ ଓଡ଼ିଶା ଗଠନ ସହ ଆହୁରି ସଶକ୍ତ ଓ ସମୃଦ୍ଧ ହେବ । ନବନିଯୁକ୍ତ ୧୧୫୨ ଅଧ୍ୟାପକ, ଅଫିସର ଓ କର୍ମଚାରୀଙ୍କୁ ଏହି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍‌ଯନାୟକ । ଶୁକ୍ରବାର ଲୋକସେବା ଭବନ ଓ ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି ନିଯୁକ୍ତି ପର୍ବ । ଏହି ଅବସରରେ ମୋଟ୍ ୧୧୫୨ଙ୍କୁ ନୂଆ ନିଯୁକ୍ତି ମିଳିଛି । ୯୭୭ ଅଧ୍ୟାପକ, ୮୭ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ୫୭ ସମବାୟ ସମିତି ନିରୀକ୍ଷକ, ୩୧ ସୂଚନା ଓ ଲୋକ ସଂପର୍କର କର୍ମଚାରୀ ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବନଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରି କହିଛନ୍ତି ଯେ, ୫ଟି ଉପକ୍ରମରେ ସରକାର ସବୁ କ୍ଷେତ୍ରରେ ବିକାଶ କାମକୁ ଆଗେଇ ନେଉଛନ୍ତି । ଏହାଦ୍ୱାରା ପ୍ରଶାସନ ଲୋକାଭିମୁଖୀ ହୋଇଛି । ଦୁଆର ମୁହଁରେ ପହଞ୍ଚି ସେବା ଦିଆଯଯାଉଛି । ବହୁ ଉନ୍ନତିମୂଳକ କାର୍ଯ୍ୟ ସ୍ୱଚ୍ଛତାର ସହ ଚାଲିଛି । ପ୍ରତ୍ୟେକ କ୍ଷେତ୍ରରେ ରୂପାନ୍ତର ଆସିଛି । ତେଣୁ ନିଷ୍ଠାର ସହ କାମ କରି ରାଜ୍ୟର ଉନ୍ନତିରେ ଭାଗୀଦାର ହେବାକୁ ପଡ଼ିବ । ଏଥିପାଇଁ ନିଜକୁ ସ୍ୱଚ୍ଛ ରଖିବା ଜରୁରୀ ବୋଲି ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking