29.1 C
Bhubaneswar
Friday, October 18, 2024
Homeଓଡିଶାସାତଭାୟାବାସୀଙ୍କୁ ଥଇଥାନ କରି ବାପାଙ୍କ କଥା ରଖିଲେ ନବୀନ

ସାତଭାୟାବାସୀଙ୍କୁ ଥଇଥାନ କରି ବାପାଙ୍କ କଥା ରଖିଲେ ନବୀନ

ଭୁୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ସମୁଦ୍ରର ଆଁ ମୁହଁରେ ଜୀବନ ଜୀବିକାକୁ ନେଇ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଥିଲେ ସାତଭାୟାବାସୀ । ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ବିଜୁଳି ଓ ବିଶୁଦ୍ଧ ପାନୀୟ ଜଳ ସେମାନଙ୍କ ପାଇଁ ଅପହଞ୍ଚ ହୋଇଯାଇଥିଲା । ୧୯୭୧ ପ୍ରଳୟଙ୍କରୀ ମହାବାତ୍ୟାରେ ସାତଭାୟାର ହଜାର ହଜାର ଲୋକେ ମୃତ୍ୟୁବରଣ କରିଥିଲେ। ଏହି ସମୟରେ ଓଡ଼ିଶାର ଭୂମିପୁତ୍ର ବିଜୁ ପଟ୍ଟନାୟକ ଅପହଞ୍ଚ ଇଲାକା ସାତଭାୟାରେ ପହଞ୍ଚି ଦେଖିଥିଲେ ବାତ୍ୟା ବିଭୀଷିକାର କରୁଣ ଚିତ୍ର ।
ସେହିଦିନ ସାତଭାୟାବାସୀଙ୍କୁ ବିଜୁବାବୁ ପ୍ରତିଶ୍ରୁତି ଦେଇଥିଲେ ସମୁଦ୍ର କରାଳ ଗ୍ରାସରେ ଆଉ ଜଣେ ଲୋକର ଜୀବନ ଯିବ ନାହିଁ ଓ ଅନ୍ୟତ୍ର ଥଇଥାନ କରିବାକୁ ପ୍ରତିଶୃତି ଦେଇଥିଲେ । ଯାହାକୁ ସଫଳ କରି ଦେଖାଇଛନ୍ତି ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ। ୨୦୧୮ ମସିହାରେ ୫୭୧ ପରିବାରକୁ ଗୁପ୍ତି ବଗପାଟିଆ ଠାରେ ଥଇଥାନ କରିଛନ୍ତି । ପ୍ରତି ପରିବାରକୁ ୧୦ ଡିସିମିଲ ଜାଗା ସହ ବିଜୁ ପକ୍କା ଘର , ବିଜୁଳି, ପାନୀୟ ଜଳ,ଏହାସହ କଲୋନୀ ରେ ସ୍କୁଲ, ଅଙ୍ଗନବାଡ଼ି, ବାତ୍ୟା ଆଶ୍ରୟସ୍ଥଳ, ପଞ୍ଚାୟତ କାର୍ୟ୍ୟାଳୟ ଓ ରାସ୍ତା ଘାଟର ଉନ୍ନତି କରଣ କରାଯାଇଛି ।

ସାତଭାୟାବାସୀଙ୍କୁ ଥଇଥାନ ପରେ ପୁନର୍ବାର ସରକାର ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ପ୍ରୋତ୍ସାହନ ସହାୟତା ରାଶି ମାଧ୍ୟମରେ ପ୍ରଥମେ ପର୍ୟ୍ୟାୟରେ ଘର ପୂର୍ଣ୍ଣାଙ୍ଗ କରିଥିବା ୩୭୨ ପରିବାର କୁ ୫୪,୩୪୦ ଟଙ୍କା ପ୍ରଦାନ କରାଯାଇଥିଲା। ଦ୍ଵିତୀୟ ପର୍ୟ୍ୟାୟରେ ଘର ପୂର୍ଣ୍ଣାଙ୍ଗ କରିଥିବା ୩୦ ପରିବାର କୁ ୫୪,୩୪୦ ଟଙ୍କା ଲେଖାଏ ଏବଂ ଘର ଅଧା ନିର୍ମାଣ କରିଥିବା ୧୬୯ ପରିବାର କୁ ୨୫ ହଜାର ଟଙ୍କା ଲେଖାଁଏ ସହାୟତା ଯୋଗାଇ ଦିଆଯାଇଛି ।
ଘର ପୂର୍ଣ୍ଣାଙ୍ଗ ପରେ ସଂପୂର୍ଣ୍ଣ ସହାୟତା ରାଶି ପ୍ରଦାନ କରାଯିବା ନେଇ ରାଜନଗର ବିଡ଼ିଓ ସୂଚନା ଦେଇଛନ୍ତି । ଏହି କାର୍ୟ୍ୟକ୍ରମ ରେ ରାଜନଗର ବିଧାୟକ ଧୃବ ସାହୁ ଯୋଗଦେଇ ହିତାଧିକାରୀ ମାନଙ୍କୁ ସହାୟତା ରାଶି ବଣ୍ଟନ କରାଇଥିଲେ । ସୂଚନା ଥାଉକି ନିକଟରେ ୫ଞ ସଚିବ ସାତଭାୟା ଗ୍ରସ୍ତ କରି ଖୁବଶୀଘ୍ର ସାତଭାୟା ବାସୀଙ୍କୁ ଖୁସି ଖବର ମିଳିବ ବୋଲି କହିଥିଲେ ମାତ୍ର ୨୪ ଘଣ୍ଟା ନପୁରୁଣୁ ମୁଖ୍ୟମନ୍ତ୍ରୀ ମା ପଞ୍ଚୁବରାହୀ ମନ୍ଦିର ଉନ୍ନତି କରଣ ପାଇଁ ୫କୋଟି ଓ ରାସ୍ତା, ସ୍କୁଲ, ଖେଳପଡିଆ ଆଦି କଲୋନୀ ର ବିକାଶ ପାଇଁ ୨୨ କୋଟି ୫୨ ଲକ୍ଷ ଟଙ୍କା ଘୋଷଣା କରିଥିଲେ । ଯାହା ସାତଭାୟାବାସୀଙ୍କୁ ଅଭିଭୂତ କରିଛି ।
ସମୁଦ୍ରର କରାଳ ଗ୍ରାସରୁ ବର୍ତ୍ତି ଯାଇଥିବା ସାତଭାୟାବାସୀଙ୍କୁ ଥଇଥାନ କରି ଜଳବାୟୁ ପରିବର୍ତ୍ତନର ଭାରତର ପ୍ରଥମ ଥଇଥାନ କଲୋନୀ ପ୍ରତିଷ୍ଠା କରାଯାଇଛି ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କଲେ ସାତଭାୟାବସୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking