31.1 C
Bhubaneswar
Sunday, May 19, 2024
Homeଓଡିଶାଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ: ନାଚ-ଗୀତ ଓ ପାରମ୍ପରିକ ବାଦ୍ୟରେ କମ୍ପୁଛି ପରିବେଶ

ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ: ନାଚ-ଗୀତ ଓ ପାରମ୍ପରିକ ବାଦ୍ୟରେ କମ୍ପୁଛି ପରିବେଶ

ଭୁବନେଶ୍ୱର : ଗତ ୩୧ ତାରିଖରୁ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ଣରେ ଭୁବନେଶ୍ୱର ଫେରିଛନ୍ତି । ବିଜେଡି ପକ୍ଷରୁ ବିମାନବନ୍ଦରରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଦିଲ୍ଲୀରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପାଇ ଫେରିଛନ୍ତି । ବିମାନବନ୍ଦରରୁ ନବୀନ ନିବାସ ଯାଏଁ ଜନସମୁଦ୍ର ଦେଖିବାକୁ ମିଳିଛି । ଖୁସିର ମାହୋଲରେ ସମସ୍ତ ମନ୍ତ୍ରୀ, ନେତା ଓ କର୍ମୀ ଏକାଠି ହୋଇଛନ୍ତି । ନାଚ, ଗୀତ ଓ ପାରମ୍ପରିକ ବାଦ୍ୟରେ କମ୍ପୁଛି ପରିବେଶ ।

ତେବେ ଗତ ୪ ତାରିଖରେ ନୂଆଦିଲ୍ଲୀରେ କ୍ୟାପିଟାଲ୍ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ତାଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯିବା ପରେ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ବିଜେଡ଼ି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ବିଜେଡ଼ିର ଏହି ସ୍ୱାଗତ ଉତ୍ସବ ସମାରୋହରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବାରୁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନ୍ୟପକ୍ଷରେ ବିଜେଡ଼ିର ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପରାମର୍ଶ ଜାରି କରାଯାଇଛି । ଧାର୍ଯ୍ୟ ବିମାନ ସମୟର ୩ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଥିବା କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କର ଦୀର୍ଘ ୨୫ ବର୍ଷର ଶାସନ କାଳରେ ରାଜ୍ୟକୁ ବିକାଶର ମାର୍ଗରେ ଆଗେଇ ନେଇଥିବାବେଳେ ତାଙ୍କର ଏହି କୃତି ପାଇଁ କ୍ୟାପିଟାଲ୍ ଫାଉଣ୍ଡେସନ ସୋସାଇଟି ତାଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନରେ ସମ୍ମାନିତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking