27.1 C
Bhubaneswar
Saturday, June 22, 2024
Homeଓଡିଶାମୁଖ୍ୟମନ୍ତ୍ରୀ ସ୍ଥିତି ବଦଳିଲା : ଆଗରେ ସୁରେଶ

ମୁଖ୍ୟମନ୍ତ୍ରୀ ସ୍ଥିତି ବଦଳିଲା : ଆଗରେ ସୁରେଶ

ଭୁବନେଶ୍ୱର: କିଏ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ ରାଜ୍ୟ ରାଜନୀତିରେ ଜୁନ୍ ୪ ତାରିଖରୁ ଚର୍ଚ୍ଚା ଜୋର୍ ଚାଲିଛି । ଧର୍ମେନ୍ଦ୍ର ପ୍ରଧାନ ଦୌଡ଼ର ଆଗରେ ଥିବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ରୋକ୍ ଲଗାଇଛନ୍ତି ନରେନ୍ଦ୍ର ମୋଦୀ । ସେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବାକୁ ଯାଉଥିବାରୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ସାମିଲ କରିଛନ୍ତି । ଫଳରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଧର୍ମେନ୍ଦ୍ର ଅପସାରୀ ଯାଇଛନ୍ତି । ଏବେ ଯାହା ଆଲୋଚନା ହେଉଛି ସେଥିରେ ଶୀର୍ଷରେ ରହିଛନ୍ତି ବ୍ରଜରାଜନଗରର ବିଧାୟକ ସୁରେଶ ପୂଜାରୀ । ସେ ମଧ୍ୟ ଡ଼କରା ପାଇ ଆଜି ଦିଲ୍ଲୀ ଯାଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନା’ ମଧ୍ୟ ଚର୍ଚ୍ଚାରେ ରହିଥିଲା । କିନ୍ତୁ ସେ ଗତକାଲି ଓଡ଼ିଶା ଫେରି ଆସିବା ଓ ସୁରେଶ ଡାକରା ପାଇ ଦିଲ୍ଲୀ ଯିବା ପରେ ମନମୋହନଙ୍କ ଅପେକ୍ଷା ସୁରେଶଙ୍କ ପଲା ଭାରି ରହୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ଏପରିକି ଏକଥାବି କୁହାଯାଉଛି ସୁରେଶ ଦିଲ୍ଲୀରେ ପହଂଚିବା ପରେ ଅମିତ ଶାହ ଙ୍କୁ ଭେଟି ଆଲୋଚନା କରିସାରିଛଆନ୍ତି ଏବଂ ତାଙ୍କୁ ଗ୍ରୀନ ସିନାଲ ମିଳିସାରିଛି । କେବଳ ଔପଚାରିକ ଘୋଷଣା ବାକିଅଛି । ଦଳର ସଂସଦୀୟ ବୋର୍ଡ ବୈଠକ ବସି ମୋହର ମରାଯିବ ।

କୁହାଯାଉଛି ବୋଧହୁଏ ମୋଦୀ ଆରମ୍ଭରୁ ସୁରେଶଙ୍କୁ ନଜରରେ ରଖିଥିଲେ । ସେଥିପାଇଁ ସେ ଗତଥର ବରଗଡ଼ର ସାଂସଦ ଭାବରେ ଦଳୀୟ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିବା ବେଳେ ଏଥର ତାଙ୍କୁ ବିଧାନସଭା ପାଇଁ ପ୍ରାର୍ଥୀ କରାଯାଇଥିଲା । ଅନ୍ୟ ପଟରେ ୪ତାରିଖରେ ଗଣତି ଯେତେବେଳେ ଆରମ୍ଭ ହେଲା ସେତେବେଳେ ଦଳକୁ ପ୍ରଥମ ବିଜୟର ସ୍ୱାଦ ଦେଇଥିଲେ ସୁରେଶ । ଏଣୁ କୁହାଯାଉଛି ସେ ସବୁବେଳେ ଦଳ ପ୍ରତି ଓ ନେତୃତ୍ୱ ପ୍ରତି ଆନୁଗତ୍ୟତା ପ୍ରଦର୍ଶନ କରିବାରେ କେବେ ପଛାଇ ନାହାଁନ୍ତି । ସେ ବି ବୂର୍ପରୁ ବିଜେପିର ରାଜ୍ୟ ସଭାପତି ମଧ୍ୟ ଥିଲେ । ତାଙ୍କ କାର୍ଯ୍ୟଧାରାକୁ ମଧ୍ୟ ଦଳ ଆଗରୁ ପରଖି ସାରିଛି । ସେ କୌଣସି ବିବାଦ ଓ ଗୋଷ୍ଠୀ କନ୍ଦଳ ଭିତରକୁ ପ୍ରବେଶ କରନ୍ତି ନାହିଁ । ବିଭିନ୍ନ ସମୟରେ ବିଜେଡିକୁ ସମାଲୋଚନା ବରିବାରେ ବେଶ୍ ଶାଣିତ ପଦକ୍ଷେପ ନେଇ ଥାଆନ୍ତି । ସୁରେଶ ହେଲେ ପଶ୍ଚିମ ଓଡ଼ିଶାକୁ ପ୍ରାଧାନ୍ୟ ମଧ୍ୟ ମିଳିବ । କିନ୍ତୁ ସୁରେଶ ଆର୍‌ଏସ୍‌ଏସ୍ କିମ୍ବା ଏବିଭିପିର କ୍ୟାଡର୍ ନୁହଁନ୍ତି । କୁହାଯାଏ ଆର୍‌ଏସ୍‌ଏସ୍ କ୍ୟାଡର୍ ହୋଇ ନଥିଲେ ଦଳର ସଭାପତି ହେବା ଅସମ୍ଭବ । କିନ୍ତୁ ଏ କ୍ଷେତ୍ରରେ ସୁରେଶ ବ୍ୟତିକ୍ରମ । ଆର୍‌ଏସ୍‌ଏସ୍ କ୍ୟାଡର୍ ନହୋଇ ମଧ୍ୟ ସଫଳତାର ସହ ସମ୍ଭାଳି ଥିଲେ । ଯେହେତୁ ଥରେ ସଭାପତି ହୋଇ ସାରିଛନ୍ତି ତାଙ୍କ ପାଇଁ ଆଉ ଆର୍‌ଏସ୍‌ଏସ୍ କ୍ୟାଡର୍ ହୋଇ ନଥିବା ସମସ୍ୟା ରହିବ ନାହିଁ ବୋଲି କୁହାଯାଉଛି ।

ମନମୋହନ ଜଣେ ଆର୍‌ଏସ୍‌ଏସ୍ କ୍ୟାଡର୍ । ତାଙ୍କ ସଭାପତିତ୍ୱରେ ହିଁ ବିଜେପି ରାଜ୍ୟରେ କ୍ଷମତାକୁ ଫେରିଛି । ମୁଖ୍ୟମନ୍ତ୍ରୀ ଦାବିଦାର ଭାବରେ ତାଙ୍କର ପଲା ଭାରି ରହିବା କଥା । ମାତ୍ର ତାଙ୍କ ପାଇଁ ବଡ଼ ସମସ୍ୟା ରହୁଛି ନର୍ବିାଚନରେ ହାରିଯିବା । ତାଙ୍କୁ ଯଦି ମୁଖ୍ୟମନ୍ତ୍ରୀ କରାଯାଏ ତେବେ ଜଣେ କେହି ନିର୍ବାଚିତ ଦଳୀୟ ବିଧାୟକଙ୍କୁ ଇସ୍ତଫା ଦେବାକୁ ହେବ ଓ ସେଠାରୁ ମନମୋହନଙ୍କୁ ଜିତିବାକୁ ପଡ଼ିବ । ସରକାରରେ ଦଳ ଥିବାରୁ ଜଣେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନରେ ଜିତିବାରେ ସେପରି କିଛି ଅସୁବିଧା ହେବ ନାହିଁ । କିନ୍ତୁ ନିର୍ବାଚନ ପରେ ସାମଜିକ ଗଣମାଧ୍ୟମରେ ନବୀନଙ୍କ ପ୍ରତି ଯେପରି ସମବେଦନାର ସୁଅ ଛୁଟୁଛି ତାକୁ ନେଇ ହୁଏତ ସନ୍ଦେହ କରାଯାଉ ଥାଇପାରେ । କାରଣ ଉପ ନିର୍ବାଚନରେର ବିଜେଡି ପ୍ରାର୍ଥୀ ପାଇ ନବୀନ ଯଦି ଦମ୍ ଲଗାଇ ବୁଲିବେ ଏବଂ ବିଜେଡି ତା’ର ପୁରୁଣା ରଣ କୌଶଳ ଆପଣାଇ ପ୍ରତ୍ୟେକ ପଞ୍ଚାୟତ ଓ ଗାଁ’ରେ ଦଳୀୟ ବିଧାୟକ ଓ ନେତାଙ୍କୁ ରଖି ନିର୍ବାଚନ ପରିଚାଳନା କରିବ ତେବେ ସ୍ଥିତି ଓଲଟି ଯାଇପାରେ ବୋଲି ଆଶଙ୍କା କରାଯାଉଛି । କାରଣ ଅତୀତରେ ଏଭଳି ଘଟଣା ହୋଇଛି । ଜନତା ଦଳ ସରକାର ସମୟରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଗୋଟିଏ ଉପ ନିର୍ବାଚନ ଦଳ ହାରିଥିବାର ନଜିର ରହିଛି । ବର୍ତ୍ତମାନ ବିଜେପିର ସଂଖ୍ୟା ଯାହା ସେଥିରେ ଗୋଟିଏ ଆସନ ହାତରୁ ଚାଲିଗଲେ ଦଳ ପାଇଁ ବହୁ ସମସ୍ୟା ଆଣିବ । ଏହା ଯେ ଘଟିପାରେ ସେ କଥା ମଧ୍ୟ କହି ହେବ ନାହିଁ । ସାଧାରଣତଃ ସରକାରରେ ଥିଲେ ଉପନିର୍ବାଚନାରେ ହାରିବା ଏବଂ ବିଶେଷ କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିବା ଆଶଙ୍କା କରିବା ଠିକ୍ ନୁହେଁ ବୋଲି ଅନେକ ମତ ଦେଉଛନ୍ତି ।

କେନ୍ଦ୍ରରେ ବିଜେପି ସରକାର ଗଢ଼ୁଥିଲା ବେଳେ ଓ ଆଜି ଶପଥ ଗ୍ରହଣ ଉତ୍ସବ ଥିଲା ବେଳ ରାଜ୍ୟ ସଭାପତି ଭାବେ ମନମୋହନ ଦିଲ୍ଲୀରେ ନ ରହି ଓଡ଼ିଶା ଫେରି ଆସିବା ଓ ସେ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହାଁନ୍ତି ବୋଲି କହିବା ପରେ ଚର୍ଚ୍ଚା ଭିନ୍ନ ମୋଡ ନେଇଛି । ହେଲେ ସବୁକିଛି ନିର୍ଭର କରୁଛି ମୋଦୀଙ୍କ ହାତରେ । ତାଙ୍କର ଆର୍ଶୀବାଦ କାହା ଉପରେ ରହୁଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking