38.4 C
Bhubaneswar
Saturday, April 11, 2026
Homeଓଡିଶାଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଆଜିଠାରୁ ୩ ଦିନିଆ ଜନ୍ମମାଟି ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବେ । ଆଜି (ଶନିବାର) ପୂର୍ବାହ୍ନ ୧୦ଟାରେ ସେ ଭୁବନେଶ୍ଵରରୁ କେନ୍ଦୁଝର ଅଭିମୁଖେ ବାହାରିଛନ୍ତି । ପୂର୍ବାହ୍ନ ୧୧ଟାରେ କେନ୍ଦୁଝର ସଦର ବ୍ଲକ୍ ବୋଦାପଳସା ଫୁଟ୍‌ବଲ୍‌ ପଡ଼ିଆରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି ।

କେନ୍ଦୁଝରରେ ପହଞ୍ଚିବା ପରେ ବୋଦାପଳସାସ୍ଥିତ ଶ୍ରୀଚନ୍ଦ୍ରଶେଖର ମନ୍ଦିରକୁ ଯାଇ ଦର୍ଶନ କରିବା ସହ ନିକଟସ୍ଥ ଅରଡ଼େଇ ନାଳରେ ନିର୍ମିତ ପୋଲକୁ ଉଦ୍‌ଘାଟନ କରିବେ । ବୋଦାପଳସା ଚନ୍ଦ୍ରଶେଖର ଉଚ୍ଚବିଦ୍ୟାଳୟର ଶତବାର୍ଷିକୀ କାର୍ୟ୍ୟକ୍ରମରେ ଯୋଗଦେବା ପରେ ଅପରାହ୍ଣ ୧.୫୫ରେ କେନ୍ଦୁଝର ସର୍କିଟ୍ ହାଉସ୍‌ରେ ପହଞ୍ଚିବେ । ଏହାପରେ ଢେଙ୍କିକୋଟ ନିକଟସ୍ଥ ଲଙ୍ଗଳକଣ୍ଟି ଗଳିପୋଲ ଉଦ୍‌ଘାଟନ କରିବେ । ସନ୍ଧ୍ୟାରେ ଷ୍ଟାଡିୟମରେ ଅନୁଷ୍ଠିତ ଏକାଦଶ ଶୁଭାଶିଷ ସ୍ମାରକୀ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଳ ମ୍ୟାଚ୍‌ରେ ଅତିଥି ଭାବେ ଯୋଗଦେବେ ।

ଆସନ୍ତାକାଲି (ରବିବାର) ଅପରାହ୍ନ ୨.୫୦ରେ ଘସିପୁରା ବ୍ଳକ୍ ଦେଓଗାଁ ଯାଇ ପ୍ରଭୁ କୁଶଳେଶ୍ବରଙ୍କୁ ଦର୍ଶନ କରିବା ସହ କୁଶଳେଶ୍ଵର ହାଇସ୍କୁଲର ପ୍ଲାଟିନମ୍ ଜୁବୁଲିରେ ଯୋଗଦେବେ । ସନ୍ଧ୍ୟା ୬.୦୦ରେ ଶାଳପଡ଼ା ଓଭରବ୍ରିଜ୍ ଉଦ୍‌ଘାଟନ କରିବା ସହ ଆନନ୍ଦପୁର ମହୋତ୍ସବରେ ଯୋଗଦେବେ ।ଏପ୍ରିଲ ୧୩ ତାରିଖ ସୋମବାର ଦିନ ବଡ଼ବିଲ ବାଇପାସ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅପରାହ୍ନ ४.४० ଝୁମ୍ପୁରା ହାଇସ୍କୁଲର ହୀରକ ଜୟନ୍ତୀ କାର୍ୟ୍ୟକ୍ରମରେ ଯୋଗଦେବେ ଦେବେ । ପରେ କେନ୍ଦୁଝର ସର୍କିଟ୍ ହାଉସ୍‌କୁ ଫେରି ରାତ୍ରୀଯାପନ କରିବେ ବୋଲି ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking