27.1 C
Bhubaneswar
Wednesday, June 26, 2024
Homeଓଡିଶାଆଇନଶୃଙ୍ଖଳା ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ

ଆଇନଶୃଙ୍ଖଳା ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ଅତିଥିଭବନରେ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବା ପରେ ମୋହନ ଚରଣ ମାଝୀ ପ୍ରଶାସନିକ ଅଧିକାରୀଙ୍କ ସହ ଘନ ଘନ ବୈଠକ କରୁଛନ୍ତି । ରାଜ୍ୟ ଅତିଥିଭବନରେ ଖୋଲିଥିବା ଅସ୍ଥାୟୀ ସିଏମଓରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ମୁଖ୍ୟଶାସନ ସଚିବଙ୍କ ଠାରୁ ଓଡ଼ିଶାର ସାମଗ୍ରୀକ କାମର ବିସ୍ତୃତ ତଥ୍ୟ ନେଇଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳାର ସମୀକ୍ଷା କରୁଛନ୍ତି । ଏହି ବୈଠକରେ ପୁଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ,ଗୁଇନ୍ଦା ଆଇଜି ଓ ଗୃହବିଭାଗର ସ୍ୱତନ୍ତ୍ର ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି । ଏହାଛଡ଼ା ଆଇନଶୃଙ୍ଖଳା ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking