କେନ୍ଦୁଝରଗଡ଼: କେନ୍ଦୁଝର ଜିଲାରେ ଖଣିଖନନ ନାମରେ ବ୍ୟାପକ ଜଙ୍ଗଲ ଧ୍ୱଂସ ଯୋଗୁଁ ଚେରମୂଳି ଔଷଧ ଜାତୀୟ ବୃକ୍ଷ ଲୋପ ପାଇବାକୁ ବସିଲାଣି। ଯୋଡ଼ା-ବଡ଼ବିଲ ଖଣି ଅଞ୍ଚଳ ମାନଙ୍କରେ ଏହି ବୃକ୍ଷ ସମ୍ପୂର୍ଣ୍ଣ ଲୋପ ପାଇବାକୁ ବସିଥିବା ବେଳେ ଜିଲାର ଅନ୍ୟ ଅଞ୍ଚଳମାନଙ୍କରୁ ମଧ୍ୟ ଏହା କ୍ରମଶଃ ଲୋପ ପାଇବାକୁ ବସିଛି।
ଖଣିଖନନ ହେତୁ ଗନ୍ଧମାର୍ଦ୍ଦନ ପାହାଡ଼ରେ ଥିବା ଦୁର୍ଲ୍ଲଭ ପାତାଳଗରୁଡ଼, ବିଶଲ୍ୟକରଣୀ, ଅଗ୍ନିଜାଳ, ଖଣ୍ଡାଖାଇ ଆଦି ଔଷଧୀୟ ବୃକ୍ଷ ଲୁପ୍ତ ପ୍ରାୟ ଅବସ୍ଥାରେ ପହଞ୍ଚିଛି।