19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଦେଶରେ ୨୪ ନକଲି ବିଶ୍ୱବିଦ୍ୟାଳୟ

ଦେଶରେ ୨୪ ନକଲି ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ : ଦେଶରେ ରହିଛି ୨୪ଟି ନକଲି ବିଶ୍ୱବିଦ୍ୟାଳୟ । ଏହି ନକଲି ବିଶ୍ୱବିଦ୍ୟାଳୟଗୁଡିକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଚିହ୍ନଟ କରିଛି। ଏହି ତାଲିକାରେ ଓଡ଼ିଶାର ୨ଟି ଶିକ୍ଷାନୁଷ୍ଠାନ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି, ରାଉରକେଲାସ୍ଥିତ ନବଭାରତ ଶିକ୍ଷା ପରିଷଦ। ଅନ୍ୟଟି ହେଉଛି ନର୍ଥ ଓଡିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର ଆଣ୍ଡ୍ ଟେକ୍ନୋଲୋଜି। ସଂସଦରେ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

ଛାତ୍ରଛାତ୍ରୀ, ଅଭିଭାବକ ଓ ସାଧାରଣ ଜନତାଙ୍କ ଅଭିଯୋଗକୁ ଭିତ୍ତିକରି ୟୁଜିସି୨୪ଟି ପ୍ରତିଷ୍ଠାନକୁ ନକଲି ବିଶ୍ୱବିଦ୍ୟାଳୟ ଘୋଷଣା କରିଛି। ସର୍ବାଧିକ ସଂଖ୍ୟକ ୮ଟି ନକଲି ବିଶ୍ୱବିଦ୍ୟାଳୟ ଅଛି ଉତ୍ତରପ୍ରଦେଶରେ। ସେହିପରି ଦିଲ୍ଲୀରେ ୭ଟି ନକଲି ବିଶ୍ୱବିଦ୍ୟାଳୟ ଅଛି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ମଧ୍ୟ ଦୁଇଟି ଲେଖାଏ ନକଲି ବିଶ୍ବବିଦ୍ୟାଳୟ ରହିଛି ।

ଦେଶରେ ରହିଛି ୨୪ଟି ନକଲି ବିଶ୍ୱବିଦ୍ୟାଳୟ । ଏହି ନକଲି ବିଶ୍ୱବିଦ୍ୟାଳୟଗୁଡିକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଚିହ୍ନଟ କରିଛି। ଏହି ତାଲିକାରେ ଓଡ଼ିଶାର ୨ଟି ଶିକ୍ଷାନୁଷ୍ଠାନ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି, ରାଉରକେଲାସ୍ଥିତ ନବଭାରତ ଶିକ୍ଷା ପରିଷଦ। ଅନ୍ୟଟି ହେଉଛି ନର୍ଥ ଓଡିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର ଆଣ୍ଡ୍ ଟେକ୍ନୋଲୋଜି। ସଂସଦରେ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

ଛାତ୍ରଛାତ୍ରୀ, ଅଭିଭାବକ ଓ ସାଧାରଣ ଜନତାଙ୍କ ଅଭିଯୋଗକୁ ଭିତ୍ତିକରି ୟୁଜିସି୨୪ଟି ପ୍ରତିଷ୍ଠାନକୁ ନକଲି ବିଶ୍ୱବିଦ୍ୟାଳୟ ଘୋଷଣା କରିଛି। ସର୍ବାଧିକ ସଂଖ୍ୟକ ୮ଟି ନକଲି ବିଶ୍ୱବିଦ୍ୟାଳୟ ଅଛି ଉତ୍ତରପ୍ରଦେଶରେ। ସେହିପରି ଦିଲ୍ଲୀରେ ୭ଟି ନକଲି ବିଶ୍ୱବିଦ୍ୟାଳୟ ଅଛି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ମଧ୍ୟ ଦୁଇଟି ଲେଖାଏ ନକଲି ବିଶ୍ବବିଦ୍ୟାଳୟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking