32.1 C
Bhubaneswar
Tuesday, October 22, 2024
Homeଅପରାଧଦଗାବାଜ ପ୍ରେମିକ; ବଚସା ହେବାରୁ ପ୍ରେମିକାକୁ ପଥର ଛେଚି ହତ୍ୟା ଉଦ୍ୟମ

ଦଗାବାଜ ପ୍ରେମିକ; ବଚସା ହେବାରୁ ପ୍ରେମିକାକୁ ପଥର ଛେଚି ହତ୍ୟା ଉଦ୍ୟମ

ରାଉରକେଲା: ସୋସିଆଲ ମିଡିଆରୁ ପ୍ରେମ ସମ୍ପର୍କରେ ପଡ଼ି ହତ୍ୟା ଉଦ୍ୟମର ଶିକାର ହେଲେ ମହିଳା । ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିଲା ଜଣେ ଯୁବକଙ୍କ ସହ ଜଣେ ବିବାହିତା ମହିଳାଙ୍କ ଫ୍ରେଣ୍ଡ୍ସିପ୍ । କଥା ହେଉହେଉ ଦୁହିଁଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଏହାରି ଭିତରେ ଆରମ୍ଭ ହୁଏ ଦେଖା ସାକ୍ଷାତ, ଚାଟିଂ ଆଉ ଡେଟିଂ । ଦୁହେଁ ଆକାଶରେ ପ୍ରେମପକ୍ଷୀ ହୋଇ ଉଡି ବୁଲୁଥିଲେ । ହେଲେ ହଠାତ ଆରମ୍ଭ ହେଲା ବଚସା । ଆଉ ଏହାରି ଭିତରେ ନିଜ କ୍ରୋଧକୁ ସମ୍ଭାଳି ପାରିଲାନି ପ୍ରେମିକ । ରାଗ ଜର୍ଜରିତ ହୋଇ ଲୁହା ରଡରେ ଆକ୍ରମଣ କରିବା ପରେ ପଥର ଛେଚି ହତ୍ୟା ଉଦ୍ୟମ କରିଥିଲା । ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମୀକାକୁ ଉଦ୍ଧାର କରିଥିବା ବେଳେ ଅଭିଯୋଗକ୍ରମେ ଦଗାଦିଆ ପ୍ରେମିକକୁ ଗିରଫ କଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ । ଗିରଫ ଯୁବକ ହେଲେ ସ୍ଥାନୀୟ ଅଞ୍ଚଳର ୨୫ ବର୍ଷୀୟ ଯୁବକ ନିରଜ ଅଗ୍ରୱାଲ । ସଳୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଛେଣ୍ଡ ଅଞ୍ଚଳର ମହିଳା ଜଣକ ତାଙ୍କ ପ୍ରେମିକଙ୍କୁ ଦେଖା କରିବାକୁ ଡାକିଥିଲେ ଏବଂ ଦୁହେଁ ଦେଖା ହେବା ପରେ ରାଉରକେଲା ସହର ବାହାରକୁ ରାଜଗାଙ୍ଗପୁର ଅଞ୍ଚଳ ଆଡ଼କୁ ବୁଲିବାକୁ ଯାଇଥିଲେ ।

ତେବେ ଏହି ସମୟରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏହା ପରବର୍ତ୍ତୀ ସମୟରେ ଉଗ୍ରରୂପ ଧାରଣ କରିବାରୁ ନିଜ କ୍ରୋଧକୁ ସମ୍ଭାଳି ପାରିନଥିଲା ପ୍ରେମିକ । ମହିଳାଙ୍କ ମୁହଁକୁ ନିର୍ମମ ଭାବରେ ଛେଚି ପକାଇଥିଲେ ଏବଂ ସେଠାରୁ ଭୟଭୀତ ହୋଇ ଫେରାର ହୋଇ ଯାଇଥିଲା । ପ୍ରେମିକ ଜଣକ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଛାଡି ଚାଲି ଆସିଥିଲେ । ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଅଭିଯୋଗ କରିବା ପରେ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବେଲଡ଼ିହି ନିକଟ ବ୍ରିଜ ତଳୁ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ । ଉକ୍ତ ମହିଳା ବିବାହିତା ଏବଂ ଛେଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । ତଦନ୍ତ ପରେ ନିରଜ ଅଗ୍ରୱାଲ ନାମକ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି ରାଉରକେଲା ବ୍ରାହ୍ମଣୀତରଙ୍ଗ ପୋଲିସ । ପୋଲିସ ଭୁବନେଶ୍ୱରରୁ ନିରଜକୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି । ଗୁରୁତର ମହିଳା ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ଏଭଳି ଏକ ଘଟଣା ସାରା ରାଉରକେଲା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking