31.1 C
Bhubaneswar
Sunday, May 19, 2024
Homeଅପରାଧଧୋକାବାଜ ପ୍ରେମିକ: ପ୍ରେମିକାକୁ କାନାଡାରୁ ଡାକି ହତ୍ୟା କରି ପୋତିଦେଲା, ୯ ମାସ ପରେ ମିଳିଲା...

ଧୋକାବାଜ ପ୍ରେମିକ: ପ୍ରେମିକାକୁ କାନାଡାରୁ ଡାକି ହତ୍ୟା କରି ପୋତିଦେଲା, ୯ ମାସ ପରେ ମିଳିଲା କଙ୍କାଳ

ଚଣ୍ଡିଗଡ: ପ୍ରେମରେ ଧୋକା । ପ୍ରେମିକାକୁ ମାରି ଫାର୍ମ ହାଉସରେ ପୋତିଦେଲା ପ୍ରେମିକ । ହରିୟାଣାର ସୋନୀପତରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଯେଉଁଠି ପ୍ରେମିକାକୁ ହତ୍ୟା କରି ଲୁଚାଇଥିଲା ଧୋକେବାଜ ପ୍ରେମିକ । ଯେଉଁ ବିଶ୍ୱାସ ଜନ୍ମାଇ ହୃଦୟରେ ଘର କରିଥିଲା, ସେହି ବିଶ୍ୱାସରେ ବିଷ ଦେଇ ଜୀବନ ନେଇଗଲା । ୯ ମାସ ପରେ ଘଟଣା ଉପରୁ ପରଦା ଉଠାଇଛି ପୋଲିସ । ସଇତାନ ପ୍ରେମିକର ଫାର୍ମ ହାଉସରୁ ପ୍ରେମିକାର କଙ୍କାଳ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଗତ ଏପ୍ରିଲ ୨ ତାରିଖରେ ୟୁପିର ମୁଜାଫରନଗରରୁ ଧୋକେବାଜ ପ୍ରେମିକ ସୁନୀଲକୁ ଗିରଫ କରିଲା ଭିବାନୀ କ୍ରାଇମବ୍ରାଞ୍ଚ ଟିମ । କଙ୍କାଳ ଉଦ୍ଧାର କରାଯାଇଥିବା ଯୁବତୀଙ୍କ ନାମ ମୋନିକା ବୋଲି ଜଣାପଡିଛି । ପୋଲିସ ରିମାଣ୍ଡ ନେଇ ପଚରାଉଚରା କରିବା ବେଳେ ସବୁ ସତ ଓଗାଳିଥିଲା ଅଭିଯୁକ୍ତ । ପୋଲିସର କହିବା କଥା ଅନୁସାରେ,”ଗତ ଜୁନ ୨୨ ତାରିଖରେ ମୋନିକାକୁ ଗୁଳି କରି ହତ୍ୟା କରିଥିଲା ସୁନିଲ । ଏହାପରେ ରକ୍ଷା ପାଇବା ପାଇଁ ମୃତଦେହକୁ ସୋନିପେଟର ଥିବା ନିଜର ଫାର୍ମହାଉସରେ ପୋତି ଦେଇଥିଲା । ଅଭିଯୁକ୍ତର କହିବା ଅନୁସାରେ ପୋଲିସ ମାଟି ତଳୁ ମୋନିକାର କଙ୍କାଳ ଉଦ୍ଧାର କରିଛି । ହୃଦୟରୁ ଭଲ ପାଉଥିବା ମଣିଷ ଏଭଳି କାଣ୍ଡ ଘଟାଇଥିବା ଭାବିବା ବି ଅସମ୍ଭବ ଅଟେ । ୨୫ ବର୍ଷୀୟ ମୋନିକା ରୋହତକର ବାଲନ୍ଦ ଗ୍ରାମର ବାସିନ୍ଦା ଥିଲେ । ମୋନିକା ଭବିଷ୍ୟତରେ କାନାଡା ଯାଇ ପାଠ ପଢିବା ପାଇଁ ସ୍ୱପ୍ନ ଦେଖିଥିଲେ । ତେଣୁ ସେ ପ୍ରଥମେ ସୋନିପତକୁ ଓଋଖଞଝର ଏକ କୋର୍ସ କରିବା ପାଇଁ ଆସିଥିଲେ । ସେ ନିଜ ମାଉସୀଙ୍କ ସହ ଗୁମଣ୍ଡ ଗ୍ରାମରେ ରହୁଥିଲେ ।

ତେବେ ସେହି ଗ୍ରାମର ସୁନିଲଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ପରେ ଦୁହେଁ ଏକାଠି ବଞ୍ଚିବେ ଏକାଠି ମରିବାର ସ୍ୱପ୍ନ ଦେଖୁଥିଲେ । ଏହାରି ଭିତରେ କାନାଡା ଚାଲିଯାଇଥିଲେ ମୋନିକା । ଏମିତି କିଛି ଦିନ ଗଲାପରେ ସୁନିଲ ମୋନିକାକୁ ହରିୟାଣା ଡାକାଇଥିଲେ । ଯାହାକି ତାଙ୍କ ପରିବାର ଲୋକଙ୍କୁ ଜଣାନଥିଲା । ତେବେ କୌଣସି ଏକ କାରଣ ପାଇଁ ଉଭୟଙ୍କ ମଧ୍ୟରେ ବଚସା ହେବାକୁ ସୁନିଲ ମଦ ନିଶାରେ ମୋନିକାକୁ ଗୁଳିକରି ହତ୍ୟା କରିଥିଲା । ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ୧୦ ଫୁଟ ଗାତ କରି ପୋତି ଦେଇ ଫେରାର ହୋଇଯାଇଥିଲା । ତେବେ ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ଖୋଳତାଡ ଆରମ୍ଭ କରିଥିଲା । କିନ୍ତୁ ସୁନୀଲକୁ ଧରିବାରେ ବିଫଳ ହୋଇଥିଲା ପୋଲିସ । ତେବେ ଅଭିଯୁକ୍ତକୁ ଖୋଜିବାରେ ବିଫଳ ହେବାରୁ ଗୃହମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ଦେଇଥିଲେ । ତେବେ କ୍ରାଇମବ୍ରାଞ୍ଚ ଗତ ୨ ତାରିଖରେ ଗିରଫ କରିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking