17.1 C
Bhubaneswar
Tuesday, February 3, 2026
Homeଓଡିଶାଆଜି ଶ୍ରୀମନ୍ଦିରରେ ଛତିଶା ନିଯୋଗ ବୈଠକ

ଆଜି ଶ୍ରୀମନ୍ଦିରରେ ଛତିଶା ନିଯୋଗ ବୈଠକ

ପୁରୀ : ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ଛତିଶା ନିଯୋଗ ବୈଠକ। କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର। ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଛତିଶା ନିଯୋଗର ବୈଠକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ରେ ବୈଠକ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସହ ଛତିଶା ନିଯୋଗ ନାୟକ ଓ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକମାନେ ଯୋଗଦେବେ। ଏଥିରେ ଆସନ୍ତା ୧୪ ତାରିଖରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା କର୍ଭିକ ମାସର ବଳଧୂପ ନୀତି ନିର୍ଘଣ୍ଟ ଅନୁମୋଦନ ହେବ। ଏହାଛଡା ଶ୍ରୀ ମନ୍ଦିର ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବା ନିମନ୍ତେ ଆଲୋଚନା ହେବ। କାର୍ତ୍ତିକ ମାସରେ ରାଈଦାମୋଦର ବ୍ରତଧାରୀ ହବିଷ୍ୟାଳିଙ୍କ ସମେତ ଆଗନ୍ତୁକ ସମସ୍ତ ଶ୍ରଦ୍ଧାଳୁ କିଭଳି ମହାପ୍ରଭୁଙ୍କୁ ଭଲ ଭାବେ ଦର୍ଶନ କରିବେ ସେଥିନେଇ ବିସ୍ତୃତ ଭାବେ ଆଲୋଚନା କରା‌ଯିବ। ସେପଟେ ଦର୍ଶନ ବ୍ଯବସ୍ଥାର ସମିକ୍ଷା କରାଯିବ। କାର୍ତ୍ତିକ ମାସରେ ହବିଷ୍ଯାଳି, ବୟୋବୃଦ୍ଧ,ଦିବ୍ଯାଙ୍ଗ ମହିଳା ଆଦି ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା ସହିତ ଭକ୍ତଙ୍କ ଗହଳି ନିୟନ୍ତ୍ରଣ ଦିଗରେ କିଭଳି ପଦକ୍ଷେପ ଗ୍ରହଣ କରାଯିବ ସେନେ ବିସ୍ତୃତ ଆଲୋଚନା କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking