25.1 C
Bhubaneswar
Friday, November 22, 2024
Homeଓଡିଶାରଥ ଖଳାରୁ ରଥ ନିର୍ମାଣ: ୧୬ ଗୋଟି ତୁମ୍ବ ନିର୍ମାଣ ଓ ଗୋଳେଇ କାର୍ଯ୍ୟ ଶେଷ

ରଥ ଖଳାରୁ ରଥ ନିର୍ମାଣ: ୧୬ ଗୋଟି ତୁମ୍ବ ନିର୍ମାଣ ଓ ଗୋଳେଇ କାର୍ଯ୍ୟ ଶେଷ

ପୁରୀ : ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ସ୍ୱତ୍ୱଲିପି ଏବଂ ରଥ ସଂହିତା ଅନୁଯାୟୀ ତିନିରଥର ନିର୍ମାଣ କାର୍ଯ୍ୟ ଅନୁକୂଳ ହେବାପରେ ଆରମ୍ଭ ହୋଇଯାଇଛି ତୁମ୍ବ କାଠ କଟା । ତୃତୀୟ ଦିନର ରଥ ନିର୍ମାଣରେ ୧୬ ଗୋଟି ତୁମ୍ବ ନିର୍ମାଣ ଓ ଗୋଳେଇ କାର୍ଯ୍ୟ ଶେଷ ହୋଇଥିଲା । ରଥ ନିର୍ମାଣ କାର୍ଯ୍ୟ ନିମନ୍ତେ ତିନିରଥର ମୋଟ ୨୫ ଜଣ ମହାରଣା, ୨୩ ଜଣ ଭୋଇ ସେବକ, ୪ ଜଣ କରତି ସେବକ ଥିବା ବେଳେ ୨ ଜଣ ପାହି ମହାରଣା, ୬ ଜଣ ଓଝା ବା କମାର ସେବକ ହୋଇ ମୋଟ ୬୦ ଜଣ ସେବାୟତ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗିଥିଲେ । ଶୁକ୍ରବାର ରଥ ନିର୍ମାଣର ତୃତୀୟ ଦିନରେ ସକାଳ ୮ ଟାରେ ରଥ ନିର୍ମାଣରେ ସମ୍ପୃକ୍ତ ମହାରଣା ସେବକ, ଭୋଇ ସେବକ ଏବଂ କରତି ସେବକ ମାନେ କାର୍ଯ୍ୟରେ ଯୋଗ ଦେଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

କରତି ସେବକମାନେ ମୋଟ ୨୦ ଗୋଟି ତୁମ୍ବ ଗଡ଼ କରିଥିଲେ । ଯାହାକୁକି ଭୋଇ ସେବକ ମାନଙ୍କ ମାଧ୍ୟମରେ ନନ୍ଦିଘୋଷ ରଥ ଚାଳିକୁ ୭ ଗୋଟି, ଦେବଦଳନ ରଥ ଚାଳିକୁ ୫ ଗୋଟି ଏବଂ ତାଳଧ୍ୱଜ ରଥ ଚାଳିକୁ ୮ ଗୋଟି ତୁମ୍ବ ଯୋଗାଇଥିଲେ । ଅନ୍ୟପଟେ ତାଳଧ୍ୱଜ ରଥର ମହାରଣା ମାନେ ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ୪ଗୋଟି ତୁମ୍ବ ର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ କରି ଆଉ ଦୁଇଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରୀ ରଖିଥିଲେ । ସେହିପରି ଦେବଦଳନ ରଥ ଚାଳିକୁ ଯୋଗାଇ ଦିଆଯାଇଥିବା ମୋଟ ୮ ଗୋଟି ତୁମ୍ବରୁ ୪ଗୋଟି ତୁମ୍ବ ର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ମହାରଣା ସେବକ ମାନେ ଶେଷ କରି ଆଉ ୨ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରୀ ରଖିଥିଲେ । ସେହିପରି ନନ୍ଦିଘୋଷ ରଥ ଚାଳିକୁ ଯୋଗାଇ ଦିଆ ଯାଇଥିବା ମୋଟ ୧୨ ଗୋଟି ତୁମ୍ବ ମଧ୍ୟରୁ ୫ଟିର ପ୍ରାରମ୍ଭିକ ଗୋକେଇ କାର୍ଯ୍ୟ ଶେଷ କରି ଆଉ ୩ଗୋଟି ତୁମର ଗୋକେଇ କାର୍ଯ୍ୟ ଜାରୀ ରଖିଥିଲେ । ସୂଚନା ଥାଉ ଯେ, ରଥ ଚକ ପାଇଁ କରତି ସେବକ ମାନେ ଗୁରୁବାର ସୁଦ୍ଧା ୧୦ ଟି ତୁମ୍ବ ଗଡକରି ତିନିରଥର ମହାରଣା ମାନଙ୍କୁ ଯୋଗାଇଥିଲେ । ଏଥିସହ ତିନି ରଥର ମହାରଣାମାନେ ପ୍ରତ୍ୟେକ ଅନୁକୂଳ ତୁମ୍ବ କୁ ମିସାଇ ୩ଟି ଲେଖାଁଏ ତୁମ୍ବ କୁ ବାରିସୀରେ ହାଣି ପ୍ରାଥମିକ ଗୋଲେଇ କାର୍ଯ୍ୟ ଶେଷ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking