27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶ୪ ଧାମ ଯାତ୍ରା ଆରମ୍ଭ ଆଦେଶ ସ୍ଥଗିତ କଲେ ଉତ୍ତରାଖଣ୍ଡ ସରକାର

୪ ଧାମ ଯାତ୍ରା ଆରମ୍ଭ ଆଦେଶ ସ୍ଥଗିତ କଲେ ଉତ୍ତରାଖଣ୍ଡ ସରକାର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ଚମୋଲୀ, ରୁଦ୍ରପ୍ରୟାଗ ଓ ଉତ୍ତରକାଶୀ ଲୋକଙ୍କ ପାଇଁ ୪ ଧାମ ଯାତ୍ରା ଖୋଲିବା ଆଦେଶକୁ ସ୍ଥଗିତ କରିଛନ୍ତି । ମନ୍ତ୍ରୀ ସୁବୋଧ ଉନିୟାଲ କହିଛନ୍ତି ଯେ, ୪ ଧାମ ଯାତ୍ରା ନେଇ ନୈନୀତାଲ ହାଇକୋର୍ଟରେ ଶୁଣାଣୀ ଚାଲିଛି । ୧୬ ଜୁନ ପରେ ରାଜ୍ୟ ସରକାର ଯାତ୍ରା ଖୋଲିବା ଉପରେ ବିଚାର କରିବେ । କହିରଖୁଛୁ, ଏହାପୂର୍ବରୁ ଉତ୍ତରାଖଣ୍ଡ ସରକାର ଯେଉଁ ଜିଲ୍ଲାରେ ୪ ଧାମ ଅବସ୍ଥିତ, ସେହି ଜିଲ୍ଲାବାସୀଙ୍କୁ ନେଗେଟିଭ ଆରଟିପିସିଆର କୋଭିଡ ରିପୋର୍ଟ ସହିତ ମନ୍ଦିର ଦର୍ଶନ ପାଇଁ ଅନୁମତି ଦେଇଥିଲେ । ସରକାରୀ ଆଦେଶରେ କୁହାଯାଇଥିଲା, ଏବେ ନେଗେଟିଭ ଆରଟିପିସିଆର ରିପୋର୍ଟ ସହିତ ଚମୋଲୀ ଜିଲ୍ଲା ନିବାସୀ ବଦ୍ରିନାଥ, ରୁଦ୍ରପ୍ରୟାଗ ଜିଲ୍ଲା ନିବାସୀ କେଦାରନାଥ ଓ ଉତ୍ତରକାଶୀ ଜିଲ୍ଲା ନିବାସୀ ଗଙ୍ଗୋତ୍ରୀ ଓ ଯମୁନେତ୍ରୀଙ୍କ ଦର୍ଶନ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking