26.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଚନ୍ଦ୍ରପୃଷ୍ଠରେ ଭୂକମ୍ପ ରେକର୍ଡ କଲା ଚନ୍ଦ୍ରଯାନ-୩; କମ୍ପନ ମାପିଲା ଲ୍ୟାଣ୍ଡର୍ ବିକ୍ରମର ଆଇଏଲ୍‌ଏସ୍‌ଏ ପେଲୋଡ୍‌

ଚନ୍ଦ୍ରପୃଷ୍ଠରେ ଭୂକମ୍ପ ରେକର୍ଡ କଲା ଚନ୍ଦ୍ରଯାନ-୩; କମ୍ପନ ମାପିଲା ଲ୍ୟାଣ୍ଡର୍ ବିକ୍ରମର ଆଇଏଲ୍‌ଏସ୍‌ଏ ପେଲୋଡ୍‌

ବେଙ୍ଗାଲୁରୁ: ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର୍ ବିକ୍ରମ ଏବଂ ପ୍ରଜ୍ଞାନ ରୋଭର୍ ନୂଆ ନୂଆ ତଥ୍ୟସବୁ ପୃଥିବୀକୁ ପଠାଉଛନ୍ତି । ଇତିମଧ୍ୟରେ ଉଭୟ ବିକ୍ରମ ଓ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଲ୍‌ଫର୍‌, ଆଲୁମିନିୟମ୍‌, କ୍ୟାଲ୍‌ସିୟମ୍‌, ଆଇରନ୍‌, କ୍ରୋମିୟମ୍‌, ଟାଇଟାନିୟମ୍‌, ମ୍ୟାଗ୍ନେସିୟମ୍‌, ସିଲିକନ୍ ଏବଂ ଅକ୍ସିଜେନ୍‌ର ଉପସ୍ଥିତିର ସନ୍ଧାନ କରିଛନ୍ତି । ସେହିପରି ହାଇଡ୍ରୋଜେନ୍‌ର ସନ୍ଧାନ ଜାରି ରହିଛି ।

ତେବେ ବିକ୍ରମ ଲ୍ୟାଣ୍ଡର୍‌ରେ ଲାଗିଥିବା ଇନ୍‌ଷ୍ଟ୍ରୁମେଣ୍ଟ୍ ଅଫ୍ ଲୁନାର୍ ସିସ୍‌ମିକ୍ ଆକ୍ଟିଭିଟି (ଆଇଏଲ୍‌ଏସ୍‌ଏ) ପେଲୋଡ୍ ଇତିମଧ୍ୟରେ ଚନ୍ଦ୍ରପୃଷ୍ଠରେ ଭୂକମ୍ପର ପ୍ରାକୃତିକ ଘଟଣାକୁ ରେକର୍ଡ କରିଥିବା ଅଗଷ୍ଟ ୩୧ ତାରିଖରେ ଇସ୍ରୋ ସୂଚନା ଦେଇଛି । ଏହି ଭୂକମ୍ପ ଅଗଷ୍ଟ ୨୬ ତାରିଖରେ ହୋଇଥିବା ବେଳେ ଏହାର ଉତ୍ସର ଯାଞ୍ଚ୍ ଚାଲିଛି ବୋଲି ଇସ୍ରୋ କହିଛି । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍‌ରେ ଲାଗିଥିବା ଆଇଏଲଏସ୍‌ଏ ପେଲୋଡ୍ ମାଇକ୍ରୋ ଇଲେକ୍ଟ୍ରୋ ମେକାନିକାଲ୍ ସିଷ୍ଟମ୍ (ଏମ୍‌ଇଏମ୍‌ଏସ୍‌) ଟେକ୍ନୋଲୋଜି ଉପରେ ଆଧାରିତ ବୋଲି ଇସ୍ରୋ ସୋସିଆଲ୍ ମିଡିଆରେ ଜଣାଇଛି । ଚନ୍ଦ୍ରପୃଷ୍ଠକୁ ଏପରି ଇନ୍‌ଷ୍ଟ୍ରୁମେଣ୍ଟ୍ ପଠାଯିବା ଏହା ପ୍ରଥମ ଘଟଣା । ରୋଭର୍ ଓ ଅନ୍ୟ ପେଲୋଡ୍ ଉପସ୍ଥିତିରେ ଚନ୍ଦ୍ରରେ ହେଉଥିବା କମ୍ପନକୁ ଏହି ଇନ୍‌ଷ୍ଟ୍ରୁମେଣ୍ଟ୍ ରେକର୍ଡ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking