26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଚଣ୍ଡୀଗଡ଼ ମେୟର ନିର୍ବାଚନକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ

ଚଣ୍ଡୀଗଡ଼ ମେୟର ନିର୍ବାଚନକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚଣ୍ଡୀଗଡ଼ ମେୟର ନିର୍ବାଚନ ବିବାଦ । ମାମଲାରେ ଶୁଣାଣି କରି ପ୍ରିଜାଇଡିଂ ଅଫିସରଙ୍କ ଉପରେ ଖପ୍ପା ହେଲେ ସୁପ୍ରିମକୋର୍ଟ । ଭିଡିଓରେ ପ୍ରିଜାଇଡିଂ ଅଫିସରଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟ ବିଚାରପତି । ‘ଗଣତନ୍ତ୍ରର ହତ୍ୟା କରାଯାଇଛି’ କହି ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । ଏହାସହ ନବ ନିର୍ବାଚିତ ମେୟରଙ୍କ ଦାୟିତ୍ୱ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ନିର୍ବାଚନରେ ବିଜେପି ଚଞ୍ଚକତା କରିଥିବା ଅଭିଯୋଗ ଆଣିଥିଲା ଆମ ଆଦମୀ ପାର୍ଟି । ଏନେଇ ସୁପ୍ରିମକୋର୍ଟଙ୍କ ୩ ଜଣିଆ ବେଞ୍ଚ ମାମଲାର ଶୁଣାଣି କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ଼ଙ୍କ ସମେତ ଜଷ୍ଟିସ ଜେ.ବି ପର୍ଦ୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ଆପ୍ କାଉନସିଲର କୁଳଦୀପ କୁମାରଙ୍କ ପିଟିସନର ଶୁଣାଣି କରିଛନ୍ତି । କୁଳଦୀପ ପ୍ରମାଣ ରୂପକେ ଦେଇଥିବା ଏକ ଭିଡ଼ିଓର ଯାଞ୍ଚ କରି ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ଼ କହିଛନ୍ତି, ” ଗଣତନ୍ତ୍ରର ହତ୍ୟା କରାଯାଇଛି । ଆମେ ଭୟଭୀତ । ରିଟର୍ଣ୍ଣିଂ ଅଫିସର କ୍ୟାମେରାକୁ କାହିଁକି ଦେଖୁଛନ୍ତି ? ତାଙ୍କର ଆଚରଣ ସନ୍ଦେହଜନକ ।”

ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂ ଏବଂ ସଲିସିଟର ଜେନେରାଲ ତୁଷାର ମେହଟ୍ଟାଙ୍କୁ ସମ୍ପୂର୍ଣ୍ଣ ଭିଡିଓର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଜେଆଇ । ଗତ ସପ୍ତାହରେ ନିର୍ବାଚନ ଫଳାଫଳକୁ ନେଇ ଆପ୍ ଅସନ୍ତୋଷ ଝାଡ଼ିଥିଲା । ବିଜେପି ନିର୍ବାଚନରେ ବିଭ୍ରାଟ କରି ବିଜୟ କରିଥିବା ନେଇ ଆପ୍ ପକ୍ଷରୁ ହାଇକୋର୍ଟରେ ମାମଲା ହୋଇଥିଲା । ଗତ ୩୦ ଜାନୁଆରୀରେ ଚଣ୍ଡୀଗଡ଼ ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଜେପି ଖାତାକୁ ୧୬ ଖଣ୍ଡ ଭୋଟ୍ ଯାଇଥିବାବେଳେ ଇଣ୍ଡିଆ ମେଣ୍ଟ (କଂଗ୍ରେସ-ଆପ୍‌)କୁ ୨୦ଖଣ୍ଡ ଭୋଟ୍ ମିଳିଥିଲା । ହେଲେ ୮ଟି ଭୋଟ୍ ନାକଚ ହେବା ପରେ ଭାଜପା ପ୍ରାର୍ଥୀ ମନୋଜ କୁମାର ଶୋଙ୍କର ମେୟର ଭାବେ ନିର୍ବାଚିତ ହୋଇଥିଲେ । ନିର୍ବାଚନରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ଆଣି ଚଣ୍ଡୀଗଡ଼ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଆପ୍ । ପୁନର୍ବାର ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେବାକୁ ଦଳ ପକ୍ଷରୁ ଅପିଲ କରାଯାଇଥିଲା । ତେବେ ହାଇକୋର୍ଟ ଚଣ୍ଡୀଗଡ଼ ପ୍ରଶାସନକୁ ନୋଟିସ କରିବା ସହ ମାମଲାରେ ପରବର୍ତ୍ତୀ ୩ ସପ୍ତାହ ପରେ କରିବାକୁ ଦିନ ଧାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking