27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶଚାଞ୍ଚଲ୍ୟ ! ପରିବାରର ୮ ଜଣଙ୍କୁ ଟାଙ୍ଗିଆରେ ହାଣିବା ପରେ ଜୀବନ ହାରିଲା ଘରର ମୁଖିଆ

ଚାଞ୍ଚଲ୍ୟ ! ପରିବାରର ୮ ଜଣଙ୍କୁ ଟାଙ୍ଗିଆରେ ହାଣିବା ପରେ ଜୀବନ ହାରିଲା ଘରର ମୁଖିଆ

ଭୋପାଳ: ମଧ୍ୟପ୍ରଦେଶରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ନିଜ ପରିବାରର ୮ ଜଣଙ୍କୁ ଟାଙ୍ଗିଆରେ ନୃଶଂସ ଭାବେ ହାଣି ହତ୍ୟା କଲା ପୁଅ । ନିଜ ହାତରେ ନିଜର ଜନ୍ମକଲା ବାପାମାଆ ଓ ଭାଇ-ଭଉଣୀକୁ ହାଣି ପକାଇଲା । ଏଭଳି ଚାଞ୍ଚଲ୍ୟକର ଗଣହତ୍ୟା ଘଟଣା ଘଟିଛି ଛିନ୍ଦୱାଡା ଜିଲ୍ଲାର ଏକ ଆଦିବାସୀ ବହୁଳ ଗାଁରେ । ଯାହାକି ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି । ପରିବାର ଲୋକଙ୍କୁ ମାରିବା ପରେ ଅଭିଯୁକ୍ତ ନିଜେ ମଧ୍ୟ ଜୀବନ ହାରିଦେଇଥିବା ଜଣାପଡିଛି । ତେବେ ସେ କାହିଁକି ଏମିତି ଏକ ଲୋମଟାଙ୍କୁରା କାଣ୍ଡ ଘଟାଇଲା ଜଣାପଡିନି । ସ୍ଥାନୀୟ ପୋଲିସ ସହ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ଅଭିଯୁକ୍ତ ଜଣକ ନିଜର ମାଆ, ଭାଇ, ଭାଉଜ, ୧୬ ବର୍ଷୀୟ ଭଉଣୀ, ୫ ବର୍ଷୀୟ ପୁତୁରା ଓ ଦୁଇ ଝିଆରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଆଜି ଭୋର୍ ପ୍ରାୟ ୩ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଅଭିଯୁକ୍ତ ପରିବାର ଲୋକଙ୍କୁ ଟାଙ୍ଗିଆରେ ହାଣିବା ବେଳେ ସେମାନଙ୍କ ଚିତ୍କାର ଶୁଣି ଆଖପାଖର ଲୋକେ ଧାଇଁ ଆସିଥିଲେ । ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇ ଘରଠୁ ପ୍ରାୟ ୧୦୦ ମିଟର ଦୂରରେ ନିଜ ଜୀବନ ହାରିଦେଇଥିଲା ।

ତେବେ ଏହି ଘଟଣାରେ ଜଣେ ୧୦ ବର୍ଷୀୟ ନାବାଳକର ଜୀବନ ବଞ୍ଚିଯାଇଛି । ଗୁରୁତର ଅବସ୍ଥାରେ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଗଣହତ୍ୟା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲିସ ପହଞ୍ଚି ପୁରା ଗାଁକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛି । ଛିନ୍ଦୱାଡା ଏସପି ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୋଲିସର କହିବା ଅନୁସାରେ, କିଛି ଦିନ ତଳେ ଅଭିଯୁକ୍ତର ବାହାଘର ହୋଇଥିଲା । ହେଲେ ବାହାହେବା ପରେ ତା’ର ପାଗଳାମି ବଢି ଯାଇଥିଲା । ସେଥିପାଇଁ ସେ ଏମିତି ନିଜ ପରିବାର ଲୋକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking