27.1 C
Bhubaneswar
Friday, September 20, 2024
Homeଓଡିଶାଆସନ୍ତା ୨୭ ତାରିଖ ଯାଏଁ ବର୍ଷା ସମ୍ଭାବନା

ଆସନ୍ତା ୨୭ ତାରିଖ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୭ ତାରିଖ ପର୍ୟ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବୁଧବାର ଦିନ ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ, ସୋନପୁର, ବୌଦ୍ଧରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି କେନ୍ଦ୍ରାପଡା, କଟକ, ଜଗସିଂହପୁର, ସମ୍ବଲପୁରରେ ପାଗ କୋହଲା ରହିବା ସହିତ ସ୍ପଳ୍ପ ବର୍ଷାର ସମ୍ଭାବନା ରହିଛି । କୋହଲା ପାଗ ସହ ଆସନ୍ତା ୩ ଦିନ ରାଜ୍ୟରେ ଅସ୍ତବ୍ୟସ୍ତ କରିବ ଘନ କୁହୁଡି । ବାୟୁ ମଣ୍ଡଳରେ ଜଳୀୟବାଷ୍ପ ପରିମାଣ ଅଧିକ ଥିବାରୁ ଘନ କୁହୁଡ଼ି ଅନୁଭୂତ ହେଉଛି । ଘନ କୁହୁଡ଼ି ନେଇ ୧୨ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର ଘନ କୁହୁଡି ଦେଖାଦେବ । ଏହି ସବୁ ଜିଲ୍ଲାର ଜିଲ୍ଲାପାଳ, ପୁଲିସ ଡିଜି, ପରିବହନ କମିଶନରଙ୍କୁ ସତର୍କ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking