26.1 C
Bhubaneswar
Sunday, August 30, 2026
Homeଓଡିଶାରାଜଧାନୀ ଦିଲ୍ଲୀରେ ବର୍ଷା ସମ୍ଭାବନା

ରାଜଧାନୀ ଦିଲ୍ଲୀରେ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ଦିଲ୍ଲୀ ଓ ଏହାର ଆଖପାଖ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର ପର୍ଯ୍ୟନ୍ତ ‘ଅରେଞ୍ଜ’ ଆଲର୍ଟ ଜାରି କରିଛି। ରବିବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଜାତୀୟ ରାଜଧାନୀରେ ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଆର୍ଦ୍ରତା ୬୦ ପ୍ରତିଶତ ରହିଥିଲା। ସେପଟେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉତ୍ତର-ପୂର୍ବର ଅନେକ ରାଜ୍ୟପାଇଁ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି। ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସମଗ୍ର ଦିଲ୍ଲୀରେ ପୌର ସଂସ୍ଥାଗୁଡ଼ିକ ଜଳବନ୍ଦୀ, ଗଛ ଉପୁଡ଼ି ରାସ୍ତାରେ ପଡ଼ିବା ଏବଂ ଅନ୍ୟାନ୍ୟ ସମସ୍ୟାର ତୁରନ୍ତ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଜୁନ୍ ୨୮ ତାରିଖ ଦିନ ଦିଲ୍ଲୀରେ ମାତ୍ର କିଛି ଘଣ୍ଟା ମଧ୍ୟରେ ୨୨୮.୧ ମିଲିମିଟର ବର୍ଷା ହୋଇଥିଲା। ଅନ୍ୟପକ୍ଷରେ ଗୁଜରାଟ ଓ ରାଜସ୍ଥାନ ସମେତ ଭାରତର ଅନେକ ରାଜ୍ୟରେ ରବିବାର ପ୍ରବଳ ବର୍ଷା ହୋଇଥିବାରୁ ମୌସୁମୀ ଉତ୍ତର ରାଜ୍ୟ ଆଡ଼କୁ ଅଗ୍ରସର ହେଉଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking