25.1 C
Bhubaneswar
Tuesday, April 29, 2025
Homeଚାମ୍ପିଅନ୍ସ ଟ୍ରଫି - 2025ଚାମ୍ପିଅନ୍ସ ଟ୍ରଫି ୨୦୨୫: ୮ ବର୍ଷର ପ୍ରତିଶୋଧ ନେବୁ - ଧୋନି

ଚାମ୍ପିଅନ୍ସ ଟ୍ରଫି ୨୦୨୫: ୮ ବର୍ଷର ପ୍ରତିଶୋଧ ନେବୁ – ଧୋନି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟକୁ ନେଇ ମହେନ୍ଦ୍ର ସିଂହ ଧୋନି ଚାମ୍ପିଅନ୍ସ ଟ୍ରଫି ୨୦୨୫ପୂର୍ବରୁ ଏକ ସ୍ଲୋଗାନ ଦେଇଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଷ୍ଟାର ସ୍ପୋର୍ଟସ୍ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଧୋନି କିଛି ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳୁଛି । ଧୋନି ସ୍ଲୋଗାନର ଗୋଟିଏ ଧାଡି କହୁଛନ୍ତି ଏବଂ ତା’ପରେ ପ୍ରଶଂସକମାନେ ଏହାକୁ ଶେଷ କରୁଛନ୍ତି । ଧୋନି ଦେଇଥିବା ସ୍ଲୋଗାନ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚ୍ ସହିତ ଜଡିତ ଅଛି । ଭିଡିଓରେ ଦେଖିବାକୁ ମିଲିଛି ଯେ , ଧୋନି ତାଙ୍କ ସମ୍ମୁଖରେ ବସିଥିବା ଦର୍ଶକଙ୍କ ସମ୍ମୁଖରେ ସ୍ଲୋଗାନ ଦେବା ଆରମ୍ଭ କରୁଛନ୍ତି ଧୋନୀ କହୁଛନ୍ତି କି ‘‘ମାଚିସ କି ତିଲ୍ଲୀ.. ଏହି ସମୟରେ ପ୍ରଶଂସକମାନେ କହୁଛନ୍ତି ଯେ ଶାମି ଉଡା ଦେ ବାବର ଆଜମକି ଗିଲ୍ଲୀ’’ । ଏହା ପରେ ସେ କହୁଛନ୍ତି ‘‘ଏକ, ଦୋ, ତିନ, ଚାର…ତା’ପରେ ପ୍ରଶଂସକମାନେ କହୁଛନ୍ତି ହିଟମ୍ୟାନ୍ ଶାହିନଙ୍କୁ ଚୌକା ମାର୍ ’’। ଧୋନିଙ୍କ ପରବର୍ତ୍ତୀ ସ୍ଲୋଗାନ ପାକିସ୍ତାନରେ ଟିଭି ଭାଙ୍ଗିବା ସହିତ ସମାନ। ସେ ପଚାରୁଛନ୍ତି ଯେ , ‘‘ଆସମାନ ମେଁ କିତନେ ତାରେ.. ଯାହାର ଉତ୍ତରରେ ପ୍ରଶଂସକମାନେ କହୁଛନ୍ତି ଟୁଟେଙ୍ଗେ ଉନକେ ଟିଭି ସାରେ ’’  । ଏହି ଭିଡିଓରେ ଧୋନି ଏହା ମଧ୍ୟ କହୁଛନ୍ତି ଯେ ଆମର ହେଉଛି ପରବର୍ତ୍ତୀ ପାଳି । ଯାହା ଉପରେ ପ୍ରଶଂସକମାନେ କହୁଛନ୍ତି ଯେ, ଲେନା ୨୦୧୭କା ବଦଲା ହେ ….ଆଗକୁ ଧୋନି ଯେମିତି କହୁଛନ୍ତି ଜୋର ସେ ବୋଲୋ….. ଲୋକମାନେ ଇଣ୍ଡିଆ ..ଇଣ୍ଡିଆ ..ସ୍ଲୋଗାନ ଦେଉଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଧୋନିଙ୍କ ଏହି ଭିଡିଓ ଦେଖିବା ପରେ, ସୁରେଶ ରାଇନା ମଧ୍ୟ ପ୍ରଥମେ ବିଶ୍ୱାସ କରିପାରିଲେ ନାହିଁ । ସେ କହିଛନ୍ତି ଯେ ସେ ପୂର୍ବରୁ ଧୋନିଙ୍କ ଏହି ଶୈଳୀ କେବେ ଦେଖି ନାହାଁନ୍ତି । ତା’ପରେ ସେ କହିଲେ ଯେ ୨୦୧୭ର ପ୍ରତିଶୋଧ ନେବାକୁ ପଡିବ । କାରଣ, ଫାଇନାଲରେ ପାକିସ୍ତାନ ଭାରତକୁ ଯେଭଳି ପରାସ୍ତ କଲା, ଖେଳାଳିମାନେ ଗଭୀର ଆଘାତ ପାଇଥିଲେ। ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ-ପାକିସ୍ତାନ ମୁକାବିଲା ୨୩ ଫେବୃଆରୀରେ ଦୁବାଇରେ ହେବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking