24.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶଡିସେମ୍ବର ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ମାସିକ ହିସାବ ସମୀକ୍ଷା

ଡିସେମ୍ବର ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ମାସିକ ହିସାବ ସମୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ହିସାବର ମାସିକ ସମୀକ୍ଷା କରାଯାଇଛି । ଏହି ଅନୁସାରେ ଭାରତ ସରକାର ଡିସେମ୍ବର ସୁଦ୍ଧା ୧୮,୨୫,୧୦୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ଟ୍ୟାକ୍ସ ରାଜସ୍ୱ ବାବଦରେ ୧୫,୫୫,୬୯୨ କୋଟି, ଅଣ-ଟ୍ୟାକ୍ସ ରାଜସ୍ୱ ବାବଦରେ ୨,୧୪,୩୦୨ କୋଟି ଏବଂ ଅଣ-ଋଣ ପୁଞ୍ଜି ବାବଦରେ ୫୫,୧୦୬ କୋଟି ସାମିଲ । ଅଣ-ଋଣ ପୁଞ୍ଜି ସଂଗ୍ରହ ମଧ୍ୟରେ ୧୬,୪୩୫ କୋଟି ଋଣ ରିକଭରୀ ଏବଂ ୩୮,୬୭୧ କୋଟି ବିନିବେଶରୁ ସଂଗ୍ରହ ହୋଇଛି । ମୋଟ ସଂଗ୍ରହ ଅର୍ଥ ମଧ୍ୟରୁ ୬,୦୯,୪୩୭ କୋଟି ରାଜ୍ୟ ସରକାରଙ୍କ ଅଂଶ ଭାବେ ଟ୍ରାନ୍ସଫର୍ କରାଯାଇଛି, ଯାହା ଗତବର୍ଷ ତୁଳାନାରେ ୧,୫୯୧୨୭ କୋଟି ଅଧିକ । ଏହି ସମୟ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ମୋଟ ୨୮,୧୮,୦୭୬ କୋଟି ବ୍ୟୟ କରାଯାଇଛି । ଏହା ମଧ୍ୟରେ ୨୩,୨୮,୧୩୨ କୋଟି ରାଜସ୍ୱ ଆକାଉଣ୍ଟ୍ ହୋଇଥିବା ବେଳେ ୪,୮୯,୯୪୪ କୋଟି କ୍ୟାପିଟାଲ୍ ଆକାଉଣ୍ଟ୍ । ମୋଟ ରାଜସ୍ୱ ବ୍ୟୟ ମଧ୍ୟରୁ ୬,୮୦,୮୫୩ କୋଟି ସୁଧା ପରିଶୋଧ ଏବଂ ୩.୫୦.୫୨୪ କୋଟି ସିବ୍‌ସିଡି ବାବଦରେ ବ୍ୟୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking