27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଚୀନ୍‌ରେ ବ୍ୟାପୁଥିବା ରୋଗ ପାଇଁ ସତର୍କ କଲା କେନ୍ଦ୍ର; ଡାକ୍ତରଖାନାକୁ ପ୍ରସ୍ତୁତ ରଖ

ଚୀନ୍‌ରେ ବ୍ୟାପୁଥିବା ରୋଗ ପାଇଁ ସତର୍କ କଲା କେନ୍ଦ୍ର; ଡାକ୍ତରଖାନାକୁ ପ୍ରସ୍ତୁତ ରଖ

ନୂଆଦିଲ୍ଲୀ: ଉତ୍ତର ଚୀନ୍‌ରେ ଏଚ୍‌୯ଏନ୍‌୨ ମାମଲା ବୃଦ୍ଧି ଏବଂ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାଜନିତ ରୋଗ ବ୍ୟାପିବା ଆରମ୍ଭ ହୋଇଛି । ଏନେଇ ସତର୍କ ହୋଇଛନ୍ତି ଭାରତ ସରକାର । ପୂର୍ବରୁ ରାମ ମନୋହର ଲୋହିଆ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଜୟ ଶୁକ୍ଳା ଲୋକମାନଙ୍କୁ ସତର୍କ ରହିବା ଓ ସ୍ୱଚ୍ଛତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିବା ବେଳେ ଏବେ ଭାରତ ସରକାର ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରସ୍ତୁତ ରହିବାକୁ କହିଛନ୍ତି । କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ଡାକ୍ତରଖାନା ପ୍ରସ୍ତୁତ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହି ଚିଠିରେ ଡାକ୍ତରଖାନାଗୁଡ଼ିକରେ ଥିବା ସ୍ୱାସ୍ଥ୍ୟ ସେବାକୁ ଭଲ ଭାବରେ ଯାଞ୍ଚ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି । ଏହା ବ୍ୟତୀତ ଇନଫ୍ଲୁଏଞ୍ଜ।। ଏବଂ ଶୀତ ଋତୁରେ ଅଧିକ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଡାକ୍ତରଖାନାରେ ଶର୍ଯ୍ୟା, ଇନ୍‌ଫ୍ଲୁଏଞ୍ଜା ପାଇଁ ଔଷଧ ଓ ଟିକା, ମେଡିକାଲ ଅମ୍ଳଜାନ, ଆଣ୍ଟିବାୟୋଟିକ୍‌, ପିପିଇ ଇତ୍ୟାଦିର ଉପଲବ୍ଧତା ଯାଞ୍ଚ କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ଯେ ଚୀନରେ ପିଲାମାନଙ୍କ ମଧ୍ୟରେ ଶ୍ୱାସକ୍ରିୟାଜନିତ ରୋଗର ବୃଦ୍ଧି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତୀକ୍ଷ୍ଣ ନଜର ରଖିଛି । କରୋନା ମହାମାରୀର ତିନି ବର୍ଷ ପରେ ଚୀନ୍‌ରେ ଶ୍ୱାସ ରୋଗର ଲହର ଦେଖିବାକୁ ମିଳିଛି । ଏହା ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହେଉଛନ୍ତି । କୋଭିଡ୍‌-୧୯ ଭଳି ପରିସ୍ଥିତି ଏଡ଼ାଇବା ପାଇଁ ସମସ୍ତ ରାଜ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ଚୀନରେ ପିଲାମାନଙ୍କ ମଧ୍ୟରେ ମାଇକୋପ୍ଲାଜବଳ ନିମୋନିଆ ଓ ଇନଫ୍ଲୁଏଞ୍ଜା ଫ୍ଲୁ ପ୍ରସାର ଯୋଗୁଁ ଉତ୍ପନ୍ନ ପରିସ୍ଥିତି ଉପରେ ସରକାର ନିରନ୍ତର ନଜର ରଖିଛନ୍ତି ଏବଂ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ଡାକ୍ତରଖାନା ଗୁଡ଼ିକରେ ସ୍ୱାସ୍ଥ୍ୟସେବା ଯାଞ୍ଚ କରିବା ପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ବିଶେଷ ନିର୍ଦ୍ଦେଶ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking