26.1 C
Bhubaneswar
Friday, October 11, 2024
Homeଦେଶ ବିଦେଶଚାଷ ଓ ଚାଷୀଙ୍କ ପାଇଁ କେନ୍ଦ୍ରର ବଡ଼ ନିଷ୍ପତ୍ତି; ୧୪ ହଜାର କୋଟି ମୂଲ୍ୟର ୭...

ଚାଷ ଓ ଚାଷୀଙ୍କ ପାଇଁ କେନ୍ଦ୍ରର ବଡ଼ ନିଷ୍ପତ୍ତି; ୧୪ ହଜାର କୋଟି ମୂଲ୍ୟର ୭ ପ୍ରମୁଖ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତ ସରକାର କୃଷି କ୍ଷେତ୍ରକୁ ଅଧିକ ବିକଶିତ କରିବା, ଏହି କ୍ଷେତ୍ରରେ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି କରିବା, ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ନିରନ୍ତର ପ୍ରୟାସ କରିଆସୁଛନ୍ତି । ତେବେ ଏହି ପ୍ରୟାସ ଦିଗରେ ଆଉ ପାଦେ ଆଗକୁ ବଢ଼ିଛନ୍ତି ସରକାର । ରିପୋର୍ଟ ଅନୁସାରେ କୃଷି କ୍ଷେତ୍ରରେ ସକଳ ଉନ୍ନତି ଦିଗରେ କେନ୍ଦ୍ର କ୍ୟାବିନେଟ୍ ୭ଟି ପ୍ରମୁଖ ଯୋଜନାକୁ ମଞ୍ଜୁରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ଏହି ସବୁ ପ୍ରସ୍ତାବ ଉପରେ ମୋହର ମାରିଛି । ଏହିସବୁ ନିଷ୍ପତ୍ତି ମଧ୍ୟରେ କୃଷି ଓ ଚାଷୀଙ୍କ କଲ୍ୟାଣ ପାଇଁ ୧୩,୯୬୬ କୋଟି (ପ୍ରାୟ ୧୪ ହଜାର କୋଟି) ଟଙ୍କାର କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କୁହାଯାଇଛି । ସେହିପରି ଡିଜିଟାଲ କୃଷି, ଖାଦ୍ୟ ସୁରକ୍ଷା, ଶିକ୍ଷା ଓ ନିୟମିତ ଫାର୍ମିଂ ଭଳି କୃଷି ସହ ଜଡ଼ିତ କାର୍ଯ୍ୟକ୍ରମକୁ କ୍ୟାବିନେଟ ଅନୁମତି ମିଳିଛି ।
ଡିଜିଟାଲ କୃଷି ମିଶନ ପାଇଁ ୨,୯୧୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଏହି ମିଶନ ଜରିଆରେ କୃଷି କ୍ଷେତ୍ରକୁ ଅତ୍ୟାଧୁନିକ କରାଯିବ । ଟେକ୍ନୋଲୋଜିର ବ୍ୟବହାର କରି ଚାଷ ଜମିର କାର୍ଯ୍ୟଦକ୍ଷତା ଓ ଉତ୍ପାଦନ ବୃଦ୍ଧି କରିବା ପାଇଁ ପ୍ରୟାସ କରାଯିବ । ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ପାଇଁ କେନ୍ଦ୍ର କ୍ୟାବିନେଟ କ୍ରପ୍ ସାଇନ୍ସ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁମତି ଦେଇଛି । ଏଥିପାଇଁ ୩,୯୭୯ କୋଟି ଟଙ୍କା ଖର୍ଚ୍ଚ ହେବ । ଲୋକଙ୍କୁ ଉତ୍ତମ ଗୁଣବତ୍ତାର ଖାଦ୍ୟ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ କ୍ରପ ସାଇନ୍ସ ବିକାଶ ଓ ରିସର୍ଚ୍ଚ ଏହା ଦ୍ୱାରା କରାଯିବ । କୃଷି ଶିକ୍ଷା, ପରିଚାଳନା ଓ ସାମାଜିକ ବିଜ୍ଞାନ ପାଇଁ ୨୨୯୧ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପାଣ୍ଠି ସମଗ୍ର ଦେଶରେ କୃଷି ଶିକ୍ଷା ଓ ପରିଚାଳନା କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରିବ । ପଶୁଧନର ପରିପୋଷଣୀୟ ସ୍ୱାସ୍ଥ୍ୟ ଓ ଉତ୍ପାଦନ ପାଇଁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ୧୭୦୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଉଦ୍ୟାନ କୃଷିର ବିକାଶ ପାଇଁ ୮୬୦ କୋଟି ଟଙ୍କା, କୃଷି ବିଜ୍ଞାନ କେନ୍ଦ୍ରକୁ ଅଧିକ ସଶକ୍ତ କରିବା ପାଇଁ ୧୨୦୨ କୋଟି ଓ ପ୍ରାକୃତିକ ସମ୍ପଦର ପରିଚାଳନା ପାଇଁ ୧୧୧୫ କୋଟି ଟଙ୍କାର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।

ସେହିପରି ଗୁଜରାଟର ସାନନ୍ଦଠାରେ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ କଣାସ ସେମିକନ୍ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ପ୍ରସ୍ତାବିତ ୟୁନିଟ୍ ୩,୩୦୦ କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବ । ଏହି ୟୁନିଟର କ୍ଷମତା ଦୈନିକ ୬୦ ଲକ୍ଷ ଚିପ୍ସ ରହିବ । ଏତଦ୍‌ବ୍ୟତୀତ ୩୦୯ କିଲୋମିଟର ଲମ୍ବର ନୂଆ ଲାଇନ୍ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଦୁଇ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ମୁମ୍ବାଇ ଏବଂ ଇନ୍ଦୋର ମଧ୍ୟରେ ସର୍ବନିମ୍ନ ରେଳ ସଂଯୋଗ ପ୍ରଦାନ କରିବାକୁ ଏହି ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି  ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking