19.1 C
Bhubaneswar
Sunday, November 24, 2024
Homeକରୋନାକରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବାଧ୍ୟ କେନ୍ଦ୍ର ସରକାର : ସୁପ୍ରିମକୋର୍ଟ

କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବାଧ୍ୟ କେନ୍ଦ୍ର ସରକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବାଧ୍ୟ କେନ୍ଦ୍ର ସରକାର । ଯେଉଁମାନେ କରୋନା କାରଣରୁ ପ୍ରାଣ ହରାଇଛନ୍ତି, ସରକାର ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବା ଉଚିତ୍ ବୋଲି ସଫା ସଫା ଶୁଣାଇଛନ୍ତି ସୁପ୍ରିମକୋର୍ଟ । କ୍ଷତିପୂରଣ ପ୍ରଦାନ ପାଇଁ ଏକ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି, କୋର୍ଟ କୌଣସି କ୍ଷତିପୂରଣ ସ୍ଥିର କରିପାରିବେ ନାହିଁ । ସହାୟତା ରାଶି କେତେ ଦିଆଯିବ, ତାହା ସମ୍ପୂର୍ଣ୍ଣ ରୂପରେ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ । ସେପଟେ କରୋନା ମୃତକଙ୍କୁ ଚାରି ଲକ୍ଷ ଲେଖାଏଁ ପ୍ରଦାନ କରିବ କରାଯାଇ ପାରିବ ନାହିଁ ବୋଲି ମାନିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସରକାର ନିଜର ନୀତି ଅନୁସାରେ କ୍ଷତିପୂରଣ କିମ୍ବା ରିଲିଫ ରାଶି ନିର୍ଣ୍ଣୟ କରିପାରିବେ।

କୋର୍ଟ କହିଛନ୍ତି, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିୟମ ଏବଂ ସମ୍ବଳ ଅନୁଯାୟୀ କ୍ଷତିପୂରଣ ସ୍ଥିର କରିପାରିବ ସରକାର । ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ୬ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ସେପଟେ କୋଭିଡ ସହ ଜଡିତ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ସହ ପୂର୍ବରୁ ଦିଆଯାଇଥିବା ପ୍ରମାଣପତ୍ର ଗୁଡ଼ିକର ସଂଶୋଧନ କରାଯିବା ଉଚିତ ବୋଲି କହିଛନ୍ତି । ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ କରୋନା ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମନା କରିଥିଲେ କେନ୍ଦ୍ର ସରକାର । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଲେ ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି (SDRF )ର ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯିବ ବୋଲି ଯୁକ୍ତି ବାଢ଼ିଥିଲେ । କରୋନା କାରଣରୁ ମୃତ୍ୟୁର କ୍ଷତିପୂରଣ ଦାବିରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି କେନ୍ଦ୍ର ସରକାର ଏହି ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking