30.1 C
Bhubaneswar
Monday, October 21, 2024
Homeଓଡିଶାରାଜଧାନୀର ବିଭିନ୍ନ ପୂଜା ମଣ୍ଡପରୁ ଲୁଟ୍ ଘଟଣାରେ ୩୦ରୁ ଅଧିକ ସନ୍ଦିଗ୍ଧ ଅଟକ

ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରୁ ଲୁଟ୍ ଘଟଣାରେ ୩୦ରୁ ଅଧିକ ସନ୍ଦିଗ୍ଧ ଅଟକ

ଖଣ୍ଡଗିରି: ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରୁ ଲୁଟ୍ ଘଟଣାରେ ୩୦ରୁ ଅଧିକ ସନ୍ଦିଗ୍ଧ ଅଟକ ରଖିଛି କମିଶନରେଟ ପୋଲିସ । ଲୁଟେରା ସନ୍ଦେହରେ ସମସ୍ତଙ୍କୁ  ଅଟକ ରଖିଛି ପୋଲିସ । ଖଣ୍ଡଗିରି, ମଞ୍ଚେଶ୍ଵରା, ଲକ୍ଷ୍ମୀସାଗର , ନୟାପଲ୍ଲୀ ଓ ସହିଦନଗର ଥାନାରେ ସମସ୍ତେ ଅଟକ ଅଛନ୍ତି ।

ଖଣ୍ଡଗିରି ଥାନାରେ ମହିଳା ଲୁଟେରା ଗ୍ୟାଙ୍ଗ ଅଟକ ଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ବହୁ ଚୋରି ସାମଗ୍ରୀ ଜବତ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଗତକାଲି ଅଷ୍ଟମୀ ପୂଜା ବେଳେ ଗହଳିର ସୁଯୋଗ ନେଇ ଲୁଟପାଟ କରିଥିଲେ ।

କେବଳ ବମିଖାଲ ଦୁର୍ଗାମଣ୍ଡପ ପଡିଆରେ ୮ଜଣଙ୍କୁ କାବୁ କରିଥିଲେ ମଣ୍ଡପ କର୍ମକର୍ତ୍ତା । ବମିଖାଲ ମଣ୍ଡପରେ ୧୫ ମିନିଟରେ ୧୦ ଭରି ସୁନା ଚେନ୍ ଲୁଟିନେଇଥିଲେ ଲୁଟେରା । ଗତକାଲି ରାଜଧାନୀ ଓ ଉପକଣ୍ଠରେ ୩୦ ଜଣଙ୍କ ଠାରୁ ଚେନ୍, ମୋବାଇଲ ଓ ପର୍ସ ଚୋରି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking