18.1 C
Bhubaneswar
Saturday, November 23, 2024
Homeଓଡିଶାଚୌଦ୍ୱାର ଜେଲରେ ୩ ନମ୍ବର ସେଲ ଏବେ ଗୋପାଳର ନୂଆ ଠିକଣା

ଚୌଦ୍ୱାର ଜେଲରେ ୩ ନମ୍ବର ସେଲ ଏବେ ଗୋପାଳର ନୂଆ ଠିକଣା

କଟକ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଛି । ଝାରୁସୁଗଡା ସବ୍‌ଜେଲରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାକୁ ଅଣାଯାଇଥିଲା । ଏକ ସ୍ୱତନ୍ତ୍ର ଟିମ୍ ଗୋପାଳକୁ ଧରି ରାତି ପ୍ରାୟ ୮ଟା ୨୦ ମିନିଟ୍‌ରେ ଚୌଦ୍ୱାର ଜେଲ୍‌ରେ ପହଞ୍ôଚଛି । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୩ ନମ୍ବର ସେଲ୍‌ରେ ତାକୁ ରଖାଯାଇଛି । ଜେଲରେ ଗୋପାଳ ହାଇ ସିକ୍ୟୁରିଟି ରୁମ୍‌ରେ ରହିବ ବୋଲି ଜେଲ୍ ଅଧିକ୍ଷକ ପ୍ରଦୀପ୍ତ କୁମାର ବେହେରା ସୂଚନା ଦେଇଛନ୍ତି । ଏଥିପାଇଁ ଜେଲରେ ୨୪ ଘଣ୍ଟିଆ ସିସି କ୍ୟାମେରା ମନିଟର କରାଯିବ । ତା’ର ସ୍ୱାସ୍ଥ୍ୟ ସମସ୍ୟାଓସୁରକ୍ଷା ପାଇଁ ଜେଲ୍ ମାନୁଆଲ ଅନୁସାରେ ସ୍ୱତନ୍ତ୍ର ସୁବିଧା ମଧ୍ୟ କରାଯିବ । ହାଇପ୍ରୋଫାଇଲ ହତ୍ୟାକାଣ୍ଡର ଅଭିଯୁକ୍ତ ଭାବରେ ଗୋପାଳକୁ ସ୍ୱତନ୍ତ୍ର ସର୍ବେକ୍ଷଣରେ ରଖାଯିବ ।

ଏଥିପାଇଁ ଚୌଦ୍ୱାର ଜେଲ ସୁପରିଟେଣ୍ଡ ସ୍ୱତନ୍ତ୍ର କମିଟି ଗଠନ କରିଥିବା ଜଣାପଡ଼ିଛି । ଜେଲ ବିଭାଗ ପକ୍ଷରୁ ଆଲୋଚନା କରି ସମସ୍ତ ପ୍ରକାର ସୁରକ୍ଷା ତଥା ସୁବିଧା ବ୍ୟବସ୍ଥା କରାଯିବ । ଯେହେତୁ ଝାରସୁଗୁଡ଼ା କୋର୍ଟରେ କେସ୍ ରହିଛି, ତେଣୁ ୧୪ ଦିନରେ ଥରେ କୋର୍ଟରେ ହାଜର ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଗୋପାଳକୁ ହାଜର କରାଯାଇପାରିବ । ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାରେ ଗୋପାଳ ରହିବ ଏଥି ପାଇଁ ସମସ୍ତଦିଗକୁ ଦୃଷ୍ଟିରେ ରଖି କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି ବୋଲି ଡିଆଇଜି ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।

ଅନ୍ୟପଟେ ଜେଲ ବିଭାଗ ଡିଜି ମନୋଜ ଛାବ୍ରା କହିଛନ୍ତି ଯେ, ଝାରସୁଗୁଡ଼ା ନବ ଦାସଙ୍କ ଅକାଳ ହୋଇଥିବାରୁ ସେଠାରେ ନିଜକୁ ଗୋପାଳ ଅସୁରକ୍ଷିତ ମଣୁଥିଲା । ନିଜ ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ପାଇଁ ସେ କୋର୍ଟଙ୍କୁ ଜଣାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲ ବିଭାଗର ଅନୁମତିରେ ଚୌଦ୍ୱାର ଜେଲକୁ ଗୋପାଳକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଝାରୁସୁଗଡା ସବ୍‌ଜେଲରୁ ପୁଲିସ ଏସ୍କର୍ଟରେ ଗୋପାଳକୁ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟର ଏକ ଚର୍ଚ୍ଚିତ ଘଟଣାର ଅଭିଯୁକ୍ତ କିପରି ସୁରକ୍ଷିତ ରହିବ ଏବଂ କିଛି ଯେପରି ଅଘଟଣ ନଘଟିବ ସେ ଦୃଷ୍ଟିରୁ ଏପରି ବ୍ୟବସ୍ଥା କରାଯାଇଛି ବୋଲି ଜେଲ ଅଧିକ୍ଷକ ଶ୍ରୀ ବେହେରା କହିଛନ୍ତି । ସୂଚନାଯୋଗ୍ୟ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲରେ ମୃତ୍ୟୁ ପରେ ଜେଲ ବିଭାଗକୁ ଏକପ୍ରକାର ଭୟ ଘାରିଛି । ଫଳରେ ଜେଲ ବିଭାଗ ଗୋପାଳ ଦାସର ଅଧିକ ସୁରକ୍ଷା ଚିନ୍ତା କରୁଛି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking