ବରଗଡ: ବରଗଡ ଜିଲ୍ଲାପାଳଙ୍କ ନାଁରେ ଫେରାଦ ହେଲେ ଜିଲ୍ଲା ସିଡିଏମଓ । ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ଫେରାଦ ହେଲେ ସିଡିଏମଓ ଚାରୁବାଳା ରଥ । ଜିଲ୍ଲାପାଳ ମନୀଷା ବାନାର୍ଜୀ ତାଙ୍କୁ ଦୁର୍ବବ୍ୟହାର କରିଥିବା ଅଭିଯୋଗ ହୋଇଛି । ଏକ ଟେଣ୍ଡର ବିଷୟକୁ ନେଇ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଜିଲ୍ଲାପାଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଅନୁରୋଧ କଲେ । ଜିଲ୍ଲାପାଳଙ୍କୁ ବଦଳି ପାଇଁ ଚିଠିରେ ନିବେଦନ କଲେ ସିଡିଏମଓ । ଅଭିଯୋଗ ସମ୍ପର୍କରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଚିଠି ପଢିନି, ତେଣୁ କିଛି କହିପାରିବିନି ବୋଲି କହିଲେ ଜିଲ୍ଲାପାଳ । ତାଙ୍କର ସବୁ ଅଧିକାର ଅଛି ସେ ଯାହା କିଛି ବି ଲେଖିପାରିବେ କହିଲେ ।