23.1 C
Bhubaneswar
Monday, December 23, 2024
Homeଓଡିଶାଆସନ୍ତାକାଲିଠୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା

ଆସନ୍ତାକାଲିଠୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ତାରିଖ ଘୋଷଣା କରିଛି । ଫେବୃଆରୀ ୧୫ରୁ ଆରମ୍ଭ ହେବାକୁ ଯାଉଛି ସିବିଏସ୍‌ଇ ବୋର୍ଡ ପରୀକ୍ଷା । ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଏପ୍ରିଲ୍ ୫ ଯାଏଁ ହେବ । ସିବିଏସ୍‌ଇ ଦଶମ ପରୀକ୍ଷା ପାଇଁ ୭୬ ବିଷୟ ଏବଂ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୧୧୫ ବିଷୟ ପରିଚାଳନା କରିବ । ସିବିଏସ୍‌ଇ ବୋର୍ଡ ପରୀକ୍ଷା ୨୦୨୩ର ଆରମ୍ଭ ଏବଂ ପରିସଂଖ୍ୟାନକୁ ସୂଚୀତ କରି ଫେବୃଆରୀ୧୪ (ମଙ୍ଗଳବାର) ସିବିଏସ୍‌ଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି । ପ୍ରେସ ବିଜ୍ଞପ୍ତି ଅନୁଯାୟୀ ୩୮,୮୩,୭୧୦ ଛାତ୍ରଛାତ୍ରୀ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବେ । ଦେଶରେ ୭୨୫୦ କେନ୍ଦ୍ର ଏବଂ ୨୬ ଟି ବିଦେଶ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଦଶମ ଶ୍ରେଣୀ ପରୀକ୍ଷା ୧୬ ଦିନରେ ଶେଷ ହେବ । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୩୬ ଦିନ ଲାଗିବ। ବୋର୍ଡ ପରୀକ୍ଷା ସକାଳ ୧୦:୩୦ରୁ ଦିନ ୧:୩୦ ପର୍ଯ୍ୟନ୍ତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking