19.1 C
Bhubaneswar
Tuesday, January 13, 2026
Homeଓଡିଶାଭୁବନେଶ୍ବରରେ ସିବିଆଇର ଚଢ଼ାଉ; ଦାମୀ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

ଭୁବନେଶ୍ବରରେ ସିବିଆଇର ଚଢ଼ାଉ; ଦାମୀ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଶନିବାର ରାତିରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଏକ ସ୍ବତନ୍ତ୍ର ଟିମ୍‌ ବଡ଼ଧରଣର ଚଢ଼ାଉ କରିଛନ୍ତି। ସିବିଆଇ ଟିମ୍‌ ସ୍ଥାନୀୟ ମେ ଫାୟାର ହୋଟେଲ ନିକଟରେ ଏକ ଦାମୀ କାର ଉପରେ ଅତର୍କିତ ଚଢ଼ାଉ କରିଛନ୍ତି। ଏଥି ସହିତ ଏହି କାର୍‌ରେ ଥିବା ବ୍ୟକ୍ତିମାନଙ୍କୁ ଉଠାଇ ନେବା ସହିତ ଲକ୍ଷାଧିକ ଟଙ୍କା ଜବତ କରିଛନ୍ତି। ଏହି ମାମଲାରେ ୪ଜଣଙ୍କୁ ଅଟକ ରଖାଯାଇଛି।

ଭୁବନେଶ୍ବରର ମେ ଫାୟାର ହୋଟେଲ ନିକଟରେ ଏକ ଦାମୀ ଗାଡ଼ି (ଓଡି ୦୫ ବିଭି ୯୯୯୯)ରେ ବିପୁଳ ପରିମାଣର ଟଙ୍କା ଥିବା ନେଇ ସିବିଆଇକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ସିବିଆଇର ଟିମ୍‌ ଚଢ଼ଉ ପାଇଁ ସ୍ବତନ୍ତ୍ର ଯୋଜନା କରିଥିଲା। ଏହି ଆଧାରରେ କାର୍‌ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କାର୍‌ ଭିତରେ କିଛି ଲୋକ ଥିଲେ। ସେମାନଙ୍କର ଠାରୁ ସିବିଆଇର ୬ ଜଣିଆ ଟିମ୍‌ ଲକ୍ଷାଧିକ ଟଙ୍କା ଜବତ କରିଛନ୍ତି। ସେମାନେ କୌଣସି କାମ ପାଇଁ ଟଙ୍କା ଡିଲ୍‌ କରୁଥିବା ନେଇ ସିବିଆଇ ସନ୍ଦେହ କରୁଛି। ସିବିଆଇ ଟିମ୍‌ ମୋଟ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ କାର୍‌ ଭିତରୁ କେତେ ଟଙ୍କା ଜବତ କରାଯାଇଛି ତହା ଜଣାପଡ଼ି ନାହିଁ। କେଉଁ କାମ ପାଇଁ ଏହି ଡିଲ ହେଉଥିଲା ସେନେଇ ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ। ଘଟଣାର ତଦନ୍ତ ସରିଲା ପରେ ସିବିଆଇ ଏନେଇ ମୁହଁ ଖୋଲିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking