ଚେନ୍ନାଇ: ମାଡ୍ରାସ୍ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇ କହିଛନ୍ତି, ମନ୍ଦିରରେ ପୂଜାରୀଙ୍କ ନିଯୁକ୍ତିରେ ଜାତିର କୌଣସି ଭୂମିକା ନାହିଁ । ତେବେ ବ୍ୟକ୍ତିଙ୍କର ମନ୍ଦିରର ନିୟମ ସମ୍ପର୍କରେ ଉତ୍ତମ ଜ୍ଞାନ ଥିବା ଆବଶ୍ୟକ । ଜଷ୍ଟିସ୍ ଏ. ଆନନ୍ଦ ଭେଙ୍କଟେଶ କହିଛନ୍ତି, ମନ୍ଦିରରେ ପୂଜାରୀ ନିଯୁକ୍ତ କରିବା ଅଧିକାର ଟ୍ରଷ୍ଟିଙ୍କ ପାଇଁ ସର୍ବଦା ଉନ୍ମକ୍ତ । ପାଣ୍ଡିତ୍ୟ କର୍ମ ପାଇଁ ପୂଜାରୀ ସମ୍ପୂର୍ଣ୍ଣ ନିପୂଣ, ଉଚିତ ଭାବେ ପ୍ରଶିକ୍ଷିତ ଏବଂ ଯୋଗ୍ୟ କି ନୁହେଁ ତାହା ଟ୍ରଷ୍ଟି ହିଁ ସ୍ଥିର କରିପାରିବେ ।