30.1 C
Bhubaneswar
Monday, October 21, 2024
Homeଓଡିଶାଆୟୁଷ୍ମାନ ଭାରତ ଯୋଜନାକୁ ନେଇ ହାଇକୋର୍ଟରେ ମାମଲା

ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ହାଇକୋର୍ଟରେ ମାମଲା

କଟକ: ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା (ପିଏମ୍‌ଜେଏୱାଇ) ଆୟୁଷ୍ମାନ ଭାରତକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ନେଇ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ହାଇକୋର୍ଟରେ ଏକ ମାମଲା ଆଜି ଦାୟର କରିଛନ୍ତି ।ମାମଲାର ବିବରଣୀ ଅନୁସାରେ, ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶରେ ଆୟୁଷ୍ମାନ ଯୋଜନା ୨୦୧୮ ସେପ୍େଟମ୍ବର ୨୩ରେ ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ବହୁବାର ଅନୁରୋଧ କରିଥିଲେ ବି ତାହା ଲାଗୁ କରାଯାଉ ନାହିଁ । ରାଜ୍ୟ ସରକାର ୨୦୧୮ ଅଗଷ୍ଟ ୧୫ ତାରିଖରେ ବିଏସ୍‌କେୱାଇ ଯୋଜନା ପ୍ରଚଳନ କରିଛନ୍ତି ।

ଏହି ଯୋଜନାରେ ରାଜ୍ୟ ସରକାର ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରୁଥିବା ବେଳେ ଏଥିରେ ମଧ୍ୟ ବାର୍ଷିକ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି । କିନ୍ତୁ ଉକ୍ତ ଯୋଜନାରେ ପ୍ରଦତ୍ତ କାର୍ଡ ନାମ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କେହି ଚିକିତ୍ସିତ ହେବାର ସୁବିଧା ନାହିଁ । ମାତ୍ର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ପ୍ରତିଟି ବ୍ୟକ୍ତି ଚିକିତ୍ସାସେବା ପାଇବାର ସୁବିଧା ରହିଛି । ଓଡ଼ିଶାର ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟସେବାର ବହୁତ ସୁଯୋଗ ଏଥିରେ ରହିଥିବାରୁ ଓଡ଼ିଶାରେ ତୁରନ୍ତ ଏହାକୁ ଲାଗୁ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦକାରୀ ପ୍ରାର୍ଥନା କରିଛନ୍ତି । ଏହି ମାମଲାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ, ନୂଆଦିଲ୍ଲୀସ୍ଥିତ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ, ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking