ଗଞ୍ଜାମ: ୧୬ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନୂଆଗଡ଼ ଓଭରବ୍ରିଜ ନିକଟରେ ଏକ ଦ୍ରୁତଗାମୀ କାର୍ ରାସ୍ତା ପାର୍ଶ୍ବରେ ଥିବା ସିମେଣ୍ଟ ଡିଭାଇଡରକୁ ଧକ୍କାଦେବା ଫଳରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଶିବରାମ ପାଢ଼ୀ ଓ ତାଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି। ମୃତଦେହ ବାଣପୁର ମେଡିକାଲ ଶବଗୃହରେ ଥିବା ପୁଲିସ କହିଛି। ଦୁର୍ଘଟଣାଗ୍ରସ୍ତ କାର୍ ନମ୍ବର ଓଡି ୦୭ଏଜି ୪୫୪୬ ବୋଲି ଜଣାପଡ଼ିଛି । କାର ମଧ୍ୟରେ ପ୍ରଥମେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବାଣପୁର ମେଡିକାଲରେ ସ୍ୱାମୀ ଶିବରାମ ପାଢ଼ୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।