କଟକ: କଟକ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ହୋଇଛି । ଚଳିତ ନିର୍ବାଚନରେ ମେୟର ଓ ଚେୟାରମ୍ୟାନ ପାଇଁ ସିଧାସଳଖ ମତଦାନ ହେଉଥିବାରୁ ବହୁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ । ଏଥର ସିଏମସି ନିର୍ବାଚନରେ ୨୨ଜଣ ପ୍ରାର୍ଥୀ ମେୟର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି । ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ଶୁଭ୍ରକାନ୍ତ ଭୌମିକ, ଲଳିତ କୁମାର ମିଶ୍ର, ସନ୍ତୋଷ କୁମାର ମହାପାତ୍ର, ହେମନ୍ତ କୁମାର ବିଶ୍ୱାଳଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ଜଣାପଡ଼ିଛି । ତେବେ ବୈଧତା ପ୍ରାର୍ଥୀଙ୍କ ନାମ ସହିତ ଚିହ୍ନ ମଧ୍ୟ ଘୋଷଣା କରାଯାଇଛି ।
ମେୟର ପ୍ରାର୍ଥୀ ବବି ବଳବନ୍ତରାୟ(ଏସୟୁସିଆଇ(ସି))ଙ୍କୁ ସିଡ଼ି ଚିହ୍ନ ମିଳିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ବିକାଶ କୁମାର ସାହୁଙ୍କୁ ସାଇକେଲ, କଂଗ୍ରେସ ପ୍ରାର୍ôଥନୀ ଗିରିବାଳା ବେହେରାଙ୍କୁ ହାତ ଚିହ୍ନ, ସ୍ୱାଧୀନ ପ୍ରାର୍ଥୀ ଓମ ପ୍ରକାଶ ପଣ୍ଡାଙ୍କ ଜାହାଜ, ସ୍ୱାଧୀନ ପ୍ରାର୍ଥୀ ସଞ୍ଜିତ କୁମାର ସାମଲଙ୍କୁ କୁଣ୍ଡ, ବିଏସପିର ବିଜୟ କୁମାର ସାମଲଙ୍କୁ ହାତୀ ଚିହ୍ନ, କୃପା ପାର୍ଟିର ପ୍ରେମଜିତ ସାହୁଙ୍କୁ ଉଡାଜାହାଜ ଚିହ୍ନ, ସ୍ୱାଧୀନ ପ୍ରାର୍ଥୀ ରୁଦ୍ରମାଧବ ପଣ୍ଡା ଜଳନ୍ତା ଟର୍ଚ୍ଚ, ବିଜେଡିର ସୁବାସ ଚନ୍ଦ୍ର ସିଂହଙ୍କୁ ଶଙ୍ଖ ଚିହ୍ନ, ସ୍ୱାଧୀନ ପ୍ରାର୍ଥୀ ଜୟଶଙ୍କର ଆଚାର୍ଯ୍ୟଙ୍କୁ ମାଠିଆ, ସ୍ୱାଧୀନ ପ୍ରାର୍ଥୀ ଦେବାନନ୍ଦ ମହାପାତ୍ରଙ୍କୁ ଦୁଆତ-କଲମ ଚିହ୍ନ, ବିଜେପିର ଶ୍ରୀତମ ଦାସଙ୍କୁ ପଦ୍ମ ଚିହ୍ନ, ସ୍ୱାଧୀନ ପ୍ରାର୍ôଥନୀ ସୌଦାମିନୀ ମିଶ୍ରଙ୍କୁ ରେଡିଓ ଚିହ୍ନ, ସ୍ୱାଧୀନ ସ୍ୱାଧୀନ ଦୟାନିଧି ନାୟକଙ୍କୁ ଫଳନ୍ତି ନଡ଼ିଆଗଛ ଚିହ୍ନ, ସ୍ୱାଧୀନ ପ୍ରାର୍ଥୀ ହେମନ୍ତ କୁମାର ସାହୁଙ୍କୁ ବାଳକ ବାଳିକା ଚିହ୍ନ, ସ୍ୱାଧୀନ ପ୍ରାର୍ଥୀ ଶ୍ରୀରାମ ପାଣ୍ଡେଙ୍କୁ ରେଳ ଇଞ୍ଜନ, ଆମ ଆଦମୀ ପାର୍ଟିର ସେକ୍ ମୁସ୍ତାକ ଅଲ୍ଲୀଙ୍କୁ ଝାଡ଼ୁ ଚିହ୍ନ, ସ୍ୱାଧୀନପ୍ରାର୍ଥୀ ବୃନ୍ଦାବନ ଦାସ ଆଜାଦଙ୍କୁ ଡ୍ରମ ଚିହ୍ନ ମିଳିଛି । ତେବେ ଆସନ୍ତ ୧୪ତାରିଖ ଦିନ ଏହି ବୈଧ ପ୍ରାର୍ଥୀମାନେ ଇଚ୍ଛା କଲେ ପ୍ରାର୍ଥୀପତ୍ର ପ୍ରତ୍ୟାହର କରି ପାରିବେ ବୋଲି ସୂଚନା ଦିଆଯାଇଛି ।