24.1 C
Bhubaneswar
Monday, December 23, 2024
Homeପୌର ନିର୍ବାଚନସରିଲା ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିିୟା: ୧୨ ମେୟର ଆଶାୟୀଙ୍କ ପ୍ରାର୍ଥୀତ୍ୱ ବୈଧ

ସରିଲା ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିିୟା: ୧୨ ମେୟର ଆଶାୟୀଙ୍କ ପ୍ରାର୍ଥୀତ୍ୱ ବୈଧ

ଆଜି ପ୍ରକାଶ ପାଇବ କର୍ପୋରେଟର ପ୍ରାର୍ଥୀଙ୍କ ବୈଧ ନାମାଙ୍କନ ତାଲିକା
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ପ୍ରାର୍ଥୀତ୍ୱ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ସମାପ୍ତ ହୋଇଛି । ମେୟର ପଦବୀ ପାଇଁ ମନୋୟନ ପତ୍ର ଦାଖଲ କରିଥିବା ସମସ୍ତ ୧୨ ଆଶାୟୀଙ୍କ ପ୍ରାର୍ଥୀତ୍ୱ ବୈଧ ରହିଛି । ନାମାଙ୍କନ ପାଇଁ ୩୦ଜଣ ଆଶାୟୀ ପ୍ରାର୍ଥୀ ଫର୍ମ କିଣି ନେଇଥିବାବେଳେ ମାତ୍ର ୧୨ଜଣ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରେ ବିଜେପିରୁ ସୁନୀତି ମୁଣ୍ଡ, ବିଜେଡ଼ିରୁ ସୁଲୋଚନା ଦାସ, କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ, କୃପା ପାର୍ଟିରୁ ଭଗବତୀ ଦେବୀ, ବସ୍ତି ସୁରକ୍ଷା ମଞ୍ଚରୁ ହେନା ବାରିକ୍‌, ଓଡ଼ିଶା ଜନତା ପାର୍ଟିରୁ ନିରୋଜା ନଳୀନୀ ସାମଲ, କଳିଙ୍ଗ ସେନାରୁ ସ୍ମିତା ମିଶ୍ର, ଓଡ଼ିଶା ପିପୁଲ୍ସ ପାର୍ଟିରୁ ଲକ୍ଷ୍ମୀପ୍ରିୟା ଭୋଇ, ଏଫ୍ଟିସିରୁ ସ୍ୱପ୍ନା ବିଜୟିନୀ, ବହୁଜନ ସମାଜବାଦୀ ପାର୍ଟିରୁ ସରୋଜିନୀ ଖୁଣ୍ଟିଆ, ପ୍ରୋଟେଷ୍ଟ ବ୍ଲକ୍ନ ଇଣ୍ଡିଆରୁ ରାଜଶ୍ରୀ ବିଶ୍ୱାଳଙ୍କ ନାମ ରହିଛି। ତେବେ ମେୟର ପ୍ରାର୍ଥୀନିମାନେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରଚାର ଆରମ୍ଭ କରିସାରିଛନ୍ତି । ଅନ୍ୟପଟେ ୬୭ଟି ୱାର୍ଡ ପାଇଁ ମୋଟ ୩୬୦ ଜଣ କର୍ପୋରେଟର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି ।

୧୦ ତାରିଖରେ ବିଧିବଦ୍ଧ ଭାବେ ବୈଧ ନାମାଙ୍କନ ତାଲିକା ପ୍ରକାଶ ପାଇବ । ଯାଞ୍ଚ ବେଳେ ମୁଖ୍ୟତଃ ଦୁଇଟି ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଛି । ପ୍ରାର୍ଥୀ ଦୁଇଟି ସତ୍ୟପାଠ ଦେଇଛନ୍ତି କି ନାହିଁ ଓ ଫର୍ମର ରସିଦ ଅଛି କି ନାହିଁ ଏବଂ ଭୋଟର ତାଲିକାରେ ପ୍ରାର୍ଥୀଙ୍କ ନାମ ତାଲିକାଭୁକ୍ତ ହୋଇଛି କି ନାହିଁ ତାହାକୁ ପ୍ରାଥମିକତା ଦିଆଯାଇଛି । ଏନେଇ  ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ସୂଚନା ଥାଉ କି, ୨ରୁ ୭ ମାର୍ଚ୍ଚ ପର୍ଯ୍ୟନ୍ତ ଦିନ ୧୧ଟାରୁ ଅପରାହ୍ନ ୩ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ବିଭିନ୍ନ ରାଜନୈତିକ ଦଳ ତଥା ସ୍ୱାଧୀନ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କ ସହ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ôଚ ନାମାଙ୍କନ ପତ୍ର ଦାଖଲ କରିଥିଲେ । ୯ ତାରିଖ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା ।

ତେବେ ଗୁରୁବାର ବୈଧ ନାମାଙ୍କନ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ମାର୍ଚ୍ଚ ୧୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ଉକ୍ତ ଦିନ ସନ୍ଧ୍ୟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ତେବେ ମତଦାନ ପ୍ରକ୍ରିୟାକୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ବିଏମସି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମହାନଗରର ୬୭ଟି ୱାର୍ଡରୁ କିଛି କିଛି ୱାର୍ଡକୁ ନେଇ ଗୋଟିଏ ଗୋଟିଏ ସେକ୍ଟର କରାଯିବ । ସମୁଦାୟ ୩୬ଟି ସେକ୍ଟରରେ ୩୬ଜଣ ସେକ୍ଟର ଅଫିସର ନିୟୋଜିତ ହେବେ । ସେମାନଙ୍କ ମଧ୍ୟରେ ଜଣେ ବରିଷ୍ଠ ଅଧିକାରୀ ଏହାର ତତ୍ତ୍ୱାବଧାନ କରିବେ । ମାର୍ଚ୍ଚ ୨୪ରେ ଭୋଟର ନିଜ ନିଜର ମତ ସାବ୍ୟସ୍ତ କରିବେ । ୨୬ରେ ଭୋଟ୍ ଗଣତି କରାଯିବ । ଚଳିତଥର ମହାନଗର ନିଗମର ମେୟର ପଦବୀ ପାଇଁ ସିଧାସଳଖ ଭୋଟ୍ ଦେବେ । ମେୟର ପଦବୀ ନିମନ୍ତେ ହଳଦିଆ ବାଲଟ ପେପର ଧାର୍ଯ୍ୟ କରାଯାଇଛି । ସେହିପରି କର୍ପୋରେଟର ପାଇଁ ଗୋଲାପୀ ରଙ୍ଗର ବାଲଟ ପେପର ଉଦ୍ଦିଷ୍ଟ ରହିବ । ସେହିପରି ପୌର ନିର୍ବାଚନରେ ପ୍ରଥମ ଥର ନୋଟା (ନନ୍ ଅଫ୍ ଦି ଏବଭ୍‌) ବ୍ୟବହାର ଲାଗି ସୁଯୋଗ ପାଇବେ । ୱାର୍ଡ଼ କୌଣସି ବି ପ୍ରାର୍ଥୀ ଯୋଗ୍ୟ ମନେ ନହେଲେ ଭୋଟର୍ ନୋଟା ବାଛିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking