19.1 C
Bhubaneswar
Monday, December 23, 2024
Homeପୌର ନିର୍ବାଚନପ୍ରଚାର ମୈଦାନରେ ମେୟର ପ୍ରାର୍ଥୀ

ପ୍ରଚାର ମୈଦାନରେ ମେୟର ପ୍ରାର୍ଥୀ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରଚାରମୁଖର ହୋଇ ପଡ଼ିଛନ୍ତି ପ୍ରାର୍ଥ ଓ ସମର୍ଥକ । ତେଣୁ କପରି ଭୋଟରମାନଙ୍କ ସମର୍ଥନ ପାଇବା ଆଶାରେ କସରତ ଚଳାଇଛନ୍ତି ପ୍ରାର୍ଥୀ । ମହାନଗର ନିର୍ବାଚନରେ ସମସ୍ତଙ୍କ ନଜର ରହିଛି ହେଭି ୱେଟ୍ ନେତ୍ରୀମାନଙ୍କ ଉପରେ । ଚଳିତଥର ଭୁବନେଶ୍ୱର ପ୍ରଥମ କରି ମହିଳା ମେୟରଙ୍କୁ ପାଇବାକୁ ଯାଉଛି । ମେୟର ପ୍ରାର୍ଥୀ ଭାବେ ମଇଦାନକୁ ୧୨ଜଣ ମହିଳା ଓହ୍ଲାଇଛନ୍ତି । ତେବେ ଲୋକଙ୍କ ନଜର ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନଙ୍କ ଉପରେ ରହିଛି । କାହାର ମଧ୍ୟ ରାଜନୀତି ନେଇ ପ୍ରତ୍ୟେକ୍ଷ ଭାବେ ଅଭିଜ୍ଞତା ନ ଥିବାବେଳେ କିପରି ନିର୍ବାଚନ ବୈତରଣୀକୁ ପାର୍ କରିବାକୁ ଚେଷ୍ଟା ଚଳାଇଛନ୍ତି । ନାମାଙ୍କନ ଦାଖଲ ପର ଦିନଠାରୁ ହିଁ ୩ ହେଭି ୱେଟ୍ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଆରମ୍ଭ କରି ଦେଲେଣି । ଶନିବାର ବିଜେଡ଼ି ପ୍ରାର୍ଥୀ ସୁଲୋଚନା ଦାସ ପ୍ରାତଃ ସମୟରେ ୱାର୍ଡ ନଂ ୪୯ ସ୍ଥିତ ଖାରବେଳ ପାର୍କ, ଖଣ୍ଡଗିରି ଯୋଗଶିବିର ଏବଂ ପ୍ରଜ୍ଞା ବିହାର ପାର୍କ ପରିଭ୍ରମଣ କରି ଲୋକଙ୍କ ସହିତ ମିଶିଥିଲେ ।

ଏହାପରେ ପ୍ରାର୍ଥୀ ଅଜିତ୍ ବେହେରାଙ୍କ ନେତୃତ୍ୱରେ ବଡ଼ଗଡ଼ ଗ୍ରାମ ପରିଭ୍ରମଣ କରିଥିଲେ । ପୂର୍ବତନ କର୍ପୋରେଟର ପ୍ରତାପ ଜେନା ଥିଲେ। ସେହିପରି ୱାର୍ଡ ନଂ ୫୮ରେ କର୍ପୋରେଟର ପ୍ରାର୍ଥୀ ପୁଷ୍ପା ଦାସଙ୍କ ନେତୃତ୍ୱରେ ବ୍ରହ୍ମେଶ୍ୱର ପାଟଣା, ବିରଞ୍ôଚ ନାରାୟଣ ମହାସୁପକାରଙ୍କ ନେତୃତ୍ୱରେ ସାମନ୍ତରାପୁର ଅଞ୍ଚଳ ବୁଲି ଲୋକଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ପରେ ସନ୍ଧ୍ୟା ସମୟରେ ଧର୍ମବିହାର କମ୍ୟୁନିଟି ସେଣ୍ଟର, ସୌଭାଗ୍ୟ ନଗରରେ ଭୋଟର, ବୟୋଜ୍ୟେଷ୍ଠ ବ୍ୟକ୍ତି, ମହିଳାଗୋଷ୍ଠୀଙ୍କୁ ଭେଟିଥିଲେ । ଏହି ସମୟରେ ସୁଲୋଚନାଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର, ଯୁବ ନେତା ସମରେଶ ବେହେରା, ସନ୍ତୋଷ ବେଗ୍‌ଙ୍କ ସମେତ ବହୁ ସମର୍ଥକ ରହିଥିଲେ ।

ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭୁଲ୍ ଦୋହରାଇବାକୁ ଚାହୁଁ ନାହାନ୍ତି ଦଳୀୟ ନେତା । ତେଣୁ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ସହ ଏବେଠାରୁ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି ସାଂସଦ ଅପରାଜିତା ଷଡଙ୍ଗୀ । ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କ ପାଖକୁ ଯାଇ ଲବି କରୁଛନ୍ତି । ମୁଖ୍ୟତଃ ଶାସକ ଦଳର ଅପରାଗତାକୁ ପ୍ରସଙ୍ଗ କରି ପରିବର୍ତ୍ତନର ନାରା ଦେଉଛନ୍ତି । ରାଜନୀତିରେ ନୂଆକରି ପାଦ ଥାପିଥିବା ସୁନୀତି ମଧ୍ୟ ଯଥା ସମ୍ଭବ ଭୋଟରଙ୍କ ସମର୍ଥନ ଜିଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଶନିବାର ସୁନୀତି ନିଳାଦ୍ରୀବିହାର ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ଯାଇଁ ଭୋଟରଙ୍କ ପାଖକୁ ଯାଇ ସେମାନଙ୍କର ସମସ୍ୟା ଓ ଅଭିଯୋଗ ଶୁଣିଥିଲେ ।

ସେହିପରି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ମଧ୍ୟ  ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଭୁବନେଶ୍ୱରର ପ୍ରାୟ ଅଢେଇଲକ୍ଷ ଲୋକ ବସ୍ତି ଅଞ୍ଚଳରେ ରହୁ ଥିବାରୁ ସେହି ଅଞ୍ଚଳରେ ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ କରୁଛନ୍ତି । ଶନିବାର ମଧୁସ୍ମିତା ନିଜ ସମର୍ଥକଙ୍କ ସହିତ ମୁଣ୍ଡା ସାହି, ନୟାପଲ୍ଲୀ, ମାକେର୍ଟ ବିଲ୍ଡିଂ ଅଞ୍ଚଳ, ୧ନଂ ହାଟ ଅଞ୍ଚଳ ବୁଲି ଲୋକଙ୍କୁ ଭେଟିଥିଲେ । ତାଙ୍କ ସହ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ୍ ଦାସ, ବରିଷ୍ଠ ମହିଳାନେତ୍ରୀ ସ୍ୱାଧିନବାଳା ଦାସ, ସ୍ମିତାଞ୍ଜଳୀ ମହାନ୍ତି, ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦକ ଶ୍ରୀୟାସ୍ମିତା ପଣ୍ଡା ଏବଂ ସ୍ଥାନୀୟ କର୍ପୋରେଟର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking