19.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ତଥ୍ୟ ପ୍ରଦାନ ଆଦେଶ ରଦ୍ଦ; ଜେରିୱାଲ୍‌ଙ୍କୁ ୨୫ ହଜାର ଜୋରିମାନା କଲେ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ତଥ୍ୟ ପ୍ରଦାନ ଆଦେଶ ରଦ୍ଦ; ଜେରିୱାଲ୍‌ଙ୍କୁ ୨୫ ହଜାର ଜୋରିମାନା କଲେ ଗୁଜରାଟ ହାଇକୋର୍ଟ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀର ବିସ୍ତୃତ ସୂଚନା ଜାରି ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ ଗୁଜରାଟ ହାଇକୋର୍ଟ ଶୁକ୍ରବାର ରଦ୍ଦ କରିଛନ୍ତି । ଏହାଛଡ଼ା ଏହି ସୂଚନା ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଏହା ବ୍ୟତୀତ ହାଇକୋର୍ଟ ସୂଚନା ମାଗିବାକୁ ନେଇ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କୁ ୨୫ ହଜାର ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି । ଜେରିୱାଲ୍‌ଙ୍କୁ ଏହି ଜୋରିମାନା ଅର୍ଥରାଶି ଗୁଜରାଟ ଆଇନ ସେବା ପ୍ରାଧିକରଣ ପାଖରେ ଜମା କରିବାକୁ ହେବ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ତଥ୍ୟ ଉପଲବ୍ଧ କରାଇବା ନିମନ୍ତେ କେନ୍ଦ୍ରୀୟ ସୂଚନା କମିଶନ ୨୦୧୬ରେ ଗୁଜରାଟ ୟୁନିଭର୍ସିଟିକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ଦୁଇମାସ ତଳେ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ନରେନ୍ଦ୍ର ମୋଦୀଙ୍କ ଅନୁସାରେ ସେ ୧୯୭୮ରେ ଗୁଜରାଟ ୟୁନିଭର୍ସିଟିରୁ ଗ୍ରାଜୁଏସନ୍ ଏବଂ ୧୯୮୩ରେ ଦିଲ୍ଲୀ ୟୁନିଭର୍ସିଟିରୁ ପିଜି କରିଥିଲେ । କେଜରିୱାଲ୍ ୨୦୧୬ ଏପ୍ରିଲ୍‌ରେ କେନ୍ଦ୍ରୀ ସୂଚନା କମିଶିନ (ସିଆଇସି)କୁ ପତ୍ରଲେଖି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ଧିତ ସୂଚନା ସାର୍ବଜନୀନ କରିବାକୁ ଦାବି କରିଥିଲେ । ପତ୍ରରେ ସେ ଲେଖିଥିଲେ ଏହି ପ୍ରସଙ୍ଗରେ ଭ୍ରମ ଦୂର କରିବା ନିମନ୍ତେ ଡିଗ୍ରୀକୁ ସାର୍ବଜନୀନ କରାଯିବା ଉଚିତ ।

ଏହାପରେ ସିଆଇସି ଗୁଜରାଟ ୟୁନିଭର୍ସିଟିକୁ ପ୍ରଧାନମନ୍ତ୍ରୀଙ୍କ ବିଏ ଡିଗ୍ରୀ ସମ୍ପର୍କରେ କେଜରିୱାଲ୍‌ଙ୍କୁ ତଥ୍ୟ ପ୍ରଦାନ କରିବାକୁ କହିଥିଲେ । ସିଆଇସିଙ୍କ ଏହି ଆଦେଶକୁ ଗୁଜରାଟ ୟୁନିଭର୍ସିଟି ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲା । ୟୁନିଭର୍ସିଟି ପକ୍ଷରୁ ହାଜର ସଲିସିଟିର ଜେନେରାଲ୍ ତୁଷାର ମେହେଟା କୋର୍ଟଙ୍କୁ କହିଥିଲେ ଜଣେ ବ୍ୟକ୍ତି କେବଳ ସାର୍ବଜନିକ ପଦରେ ଥିବା କାରଣରୁ ତାଙ୍କର ବ୍ୟକ୍ତିଗତ ତଥ୍ୟ ମଗାଯାଇପାରିବ ନାହିଁ । ପଦରେ ଆସୀନ ବ୍ୟକ୍ତି ଡାକ୍ତର କିମ୍ବା ଅଶିକ୍ଷିତ ତାହା ଗଣତନ୍ତ୍ରରେ କୌଣସ ଫରକ ପକାଇ ନଥାଏ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ପୂର୍ବରୁ ପବ୍ଲିକ୍ ଡୋମେନ୍‌ରେ ଥିବାବେଳେ କୌଣସି ତୃତୀୟ ବ୍ୟକ୍ତିଙ୍କୁ ଆର୍‌ଟିଆଇ ଅଧୀନରେ ସୂଚନା ଦେବା ବାଧ୍ୟତାମୂଳକ ନୁହେଁ । ଏହା ଜନସ୍ୱାର୍ଥ ସମ୍ବଳିତ ମାମଲା ହୋଇନଥିବାରୁ ୟୁନିଭର୍ସିଟିକୁ ଡିଗ୍ରୀଗୁଡ଼ିକର ଖୁଲାସା ପାଇଁ ବାଧ୍ୟ କରାଯାଇ ପାରିବନାହିଁ । ସେ ଆହୁରି କହିଥିଲେ, କୌଣସି ଅନୁଚିତ ଦାବି ପୂରଣ ପାଇଁ କୌଣସି ସୂଚନା ଦିଆଯାଇ ପାରିବନାହିଁ । ସେ କହିଥିଲେ ଦାବି କରାଯାଇଥିବା ସୂଚନାର ପ୍ରଧାନମନ୍ତ୍ରୀଙ୍କ କାମ ସହିତ କୌଣସି ସମ୍ପର୍କ ନାହିଁ । କୋର୍ଟ ନିଷ୍ପତ୍ତି ପରେ କେଜରିୱାଲ୍ ଟ୍ୱିଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ କେତେ ପଢ଼ିଛନ୍ତି ତାହା ଜାଣିବା ଅଧିକାର କ’ଣ ଦେଶର ନାହିଁ । ଡିଗ୍ରୀ ଦେଖାଇବାକୁ ସେ କୋର୍ଟରେ କାହିଁକି ବିରୋଧ କରୁଛନ୍ତି?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking