28.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶଭାରତ ବିରୋଧରେ କାନାଡ଼ାର ନୂଆ ଅଭିଯୋଗ; ସଂଘୀୟ ନିର୍ବାଚନରେ ହସ୍ତକ୍ଷେପ କରୁଛି ଭାରତ

ଭାରତ ବିରୋଧରେ କାନାଡ଼ାର ନୂଆ ଅଭିଯୋଗ; ସଂଘୀୟ ନିର୍ବାଚନରେ ହସ୍ତକ୍ଷେପ କରୁଛି ଭାରତ

ନୂଆଦିଲ୍ଲୀ: କାନାଡା ପକ୍ଷରୁ ସମ୍ଭବତଃ ପୁଣିଥରେ ଭାରତ ବିରୋଧୀ ଏକ ଅଭିଯାନ ଆରମ୍ଭ ହୋଇଛି । କାନାଡା ଏବେ ଭାରତକୁ ଅର୍ନ୍ତରାଷ୍ଟ୍ରୀୟସ୍ତରରେ ବଦନାମ୍ କରିବାକୁ ଆଉ ଏକ ନୂଆ ଅଭିଯୋଗର ସାହାରା ନେଇଛି । ଇଂରାଜୀ ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ୨୦୧୯ ଏବଂ ୨୦୨୧ରେ ଅନୁଷ୍ଠିତ ହୋଇଥିବା କାନାଡା ଫେଡେରାଲ୍ ନିର୍ବାଚନରେ ବିଦେଶୀ ରାଷ୍ଟ୍ରଙ୍କ ହସ୍ତକ୍ଷେପର ଅନୁସନ୍ଧାନ କରୁଥିବା କମିଶନ ଏବେ ଏହିକ୍ରମରେ ଭାରତର ସମ୍ପୃକ୍ତି ଥିବା ଇଙ୍ଗିତ ଦେଇଛନ୍ତି । କମିଶନ ପକ୍ଷରୁ ଏନେଇ ଜାରି କରାଯାଇଥିବା ବିଜ୍ଞପ୍ତି ଆଧାରରେ ହିନ୍ଦୁସ୍ତାନ ଟାଇମ୍ସ ଏହି ରିପୋର୍ଟ ପ୍ରକାଶ କରିଛି । ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ କାନାଡାର ଏହି ସ୍ୱତନ୍ତ୍ର କମିଶନ, ୨୦୧୯ ଏବଂ ୨୦୨୧ରେ ଅନୁଷ୍ଠିତ ହୋଇଥିବା ସେଠାକାର ଫେଡେରାଲ୍ ନିର୍ବାଚନରେ ଭାରତର ହସ୍ତକ୍ଷେପ ରହିଥିବା ନେଇ ସମସ୍ତ ପ୍ରମାଣ ଦେବାକୁ କାନାଡା ସରକାରଙ୍କୁ କହିଛି । ଏପରିକି କାନାଡା ସରକାରଙ୍କ ଡକ୍ୟୁମେଣ୍ଟ ଅଭିଲେଖାଗାର ବିଭାଗକୁ ଏସମ୍ପର୍କୀତ ପ୍ରମାଣ, ତଥ୍ୟ ଆଦି ଦାଖଲ କରିବା ନେଇ କମିଶନ ପକ୍ଷରୁ କୁହାଯାଇଛି । ଏହାର ସିଧାସଳଖ ଅର୍ଥ କାନାଡା ନିର୍ବାଚନରେ ଭାରତର ହସ୍ତକ୍ଷେପ ରହିଥିବା ନେଇ ଅଭିଯୋଗ କରାଯାଉଛି ।

ପ୍ରକାଶ, କାନାଡାରେ ନିର୍ବାଚନରେ ବିଦେଶୀ ହସ୍ତକ୍ଷେପ ହେଉଥିବା ଅଭିଯୋଗ ହୋଇଥିଲା । ବିଶେଷକରି ୨୦୨୯ ଏବଂ ୨୦୨୧ରେ କାନାଡାରେ ହୋଇଥିବା ସାଧାରଣ ନିର୍ବାଚନରେ ଚୀନ୍ ଏବଂ ରୁଷ୍ ମିଳିତ ଭାବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେୟୁଙ୍କୁ ବିଜୟୀ କରାଇବା ପାଇଁ ସବୁସ୍ତରର ସହଯୋଗ କରିଥିଲେ ବୋଲି ସ୍ଥାନୀୟ ବିରୋଧୀ ଦଳ ଅଭିଯୋଗ କରିଥିଲେ । ଏହାକୁ ନେଇ ବିବାଦ ଜୋର ଧରିବା ପରେ ଉଭୟ ଚୀନ୍ ଏବଂ ରୁଷ୍ ଏପ୍ରକାର ଅଭିଯୋଗକୁ ଖାରଜ କରିଥିଲେ । କାନାଡା ନିର୍ବାଚନ ସହ ସେମାନଙ୍କର କୌଣସି ସମ୍ପର୍କ ନଥିବା ଉଭୟ ରାଷ୍ଟ୍ର ସଫେଇ ଦେଇଥିଲେ । ପରେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେୟୁ କାନାଡା ସୁପ୍ରିମକୋର୍ଟଙ୍କ ଜଣେ ବିଚାରପତିଙ୍କ ନେତୃତ୍ୱରେ ଏକ ସ୍ୱାଧୀନ କମିଶନ ଗଠନ କରିଥିଲେ । ତେବେ ଏହି କମିଶନ ଉକ୍ତ ଅଭିଯୋଗର ଯାଞ୍ଚ୍ କରୁଥିବା ବେଳେ ବର୍ତ୍ତମାନ ଭାରତର ନାମ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, କାନାଡାରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଖ୍ୟାତିଲାଭ କରିଥିବା ହରପ୍ରୀତ୍ ସିଂହ ନିଜାରଙ୍କୁ ହତ୍ୟା କରାଯିବା ଘଟଣାରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେୟୁ, ଭାରତକୁ ଦୋଷାରୋପ କରିଥିଲେ । ଏହି ହତ୍ୟା ଘଟଣାରେ ଭାରତର ହାତ ଅଛି ବୋଲି ସର୍ବସାଧାରଣରେ ସେ ଅଭିଯୋଗ କରିଥିଲେ, ଯାହାକୁ ଭାରତ ଖଣ୍ଡନ କରିଥିଲା । ତେବେ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking