31.1 C
Bhubaneswar
Sunday, May 19, 2024
Homeଓଡିଶା‘ସଉରା’ ଭାଷାକୁ ସାମ୍ବିଧାନିକ ମାନ୍ୟତା ପାଇଁ କ୍ୟାବିନେଟର ମଞ୍ଜୁରୀ

‘ସଉରା’ ଭାଷାକୁ ସାମ୍ବିଧାନିକ ମାନ୍ୟତା ପାଇଁ କ୍ୟାବିନେଟର ମଞ୍ଜୁରୀ

– ଉପକୃତ ହେବେ ୫ ଲକ୍ଷରୁ ଊର୍ଦ୍ଧ୍ୱ ସଉରା ଭାଷାଭାଷୀ
– ସଉରା ଭାଷା,ସଂସ୍କୃତିର ସଂରକ୍ଷଣ ପ୍ରଚାର-ପ୍ରସାର ସମ୍ଭବ
– କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇବାକୁ ନିଷ୍ପତ୍ତି

ଭୁବନେଶ୍ୱର: ପ୍ରାଚୀନ ହୋ, ମୁଣ୍ଡାରି ଓ ଭୂମିଜ ଜନଜାତି ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତୁତୁ ମେଁ ମେଁ ଚାଲିଥିବାବେେଳେ ପୁଣି ‘ସଉରା’ ଭାଷାକୁ ଅନୁରୂପ ଭାବେ ସାମ୍ବିଧାନିକ ମାନ୍ୟତା ନିମନ୍ତେ ଓଡ଼ିଶା ସରକାର ଜରୁରୀ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଖୁବ୍‌ଶୀଘ୍ର କେନ୍ଦ୍ର ସରକାରଙ୍କ ପାଖକୁ ତାହା ପଠାଯିବ । ଏହି ନିଷ୍ପତ୍ତ ଯୋଗୁଁ ୫ ଲକ୍ଷରୁ ଊର୍ଦ୍ଧ୍ୱ ସଉରା ଭାଷାଭାଷୀ ଲୋକ ଉପକୃତ ହେବେ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି ।

ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ବୈଠକ ଶେଷରେ ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଥିଲେ, ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ୍ ୧୫ଟି ଗୁରୁତ୍ୱଣ୍ଣ୍‌ର୍ ପ୍ରସ୍ତାବ ଉପରେ ଅନୁମୋଦନ ମିଳିଛି । ‘ସଉରା’ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି ।

ସେ କହିଥିଲେ, ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ‘ସଉରା’ ଭାଷା ଅନ୍ତର୍ଭୁକ୍ତ ହେଲେ ସଉରା ଜନଜାତିଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇପାରିବ । ବିଶେଷ କରି ସଉରା ଭାଷା ଓ ସଂସ୍କୃତିର ସଂରକ୍ଷଣ ପ୍ରଚାର ଓ ପ୍ରସାରରେ ସହାୟକ ହେବା ସହ ବିଭିନ୍ନ ବିଷୟ ଉପରେ ଲେଖା ସୃଷ୍ଟି ତଥା ପ୍ରକାଶନ ଓ ଭାଷାକୁ ସୀକୃତି ଦେବା ବ୍ୟାପକତର ହୋଇପାରିବ । ସଉରା ଭାଷାର ସଂରକ୍ଷଣ, ବିକାଶ ଓ ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ । ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ସକାଶେ ସୁପାରିଶ କରାଯାଇଥିବା କ୍ୟାବିନେଟ୍ ନିଷ୍ପତ୍ତିରେ କୌଣସି ଆର୍ôଥକ କାରବାର ରହିବନାହିଁ ବୋଲି ଶ୍ରୀ ଜେନା ସ୍ପଷ୍ଟ କରିଥିଲେ ।

ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା (ଏମ୍‌ଏସ୍‌ପିୱାଇ) ଖୁବ୍‌ଶୀଘ୍ର ଆରମ୍ଭ ହେବ । ଏହି ଅଭିନବ ଯୋଜନାଟି ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ପାଇଛି। ଏହି ଯୋଜନା ୨୦୨୩-୨୪ ଆର୍ôଥକ ବର୍ଷରୁ କାର୍ଯ୍ୟକାରୀ ହେବ । ଏଥିନିମନ୍ତେ ୫ ବର୍ଷ ପାଇଁ ୩୩୫୪.୪୦ କୋଟି ବ୍ୟୟ ମଞ୍ଜୁରୀ ହୋଇଛି ।
ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷରେ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର ସମସ୍ତ ଜିଲ୍ଲାର କିଶୋରୀ ବାଳିକା (୧୫ ରୁ ୧୯ ବର୍ଷ), ଗର୍ଭବତୀ ମହିଳା ଓ ପ୍ରସୂତି ମା, ଏସ୍‌ଏଏମ୍‌, ଏମ୍‌ଏଏମ୍ ଓ ଏସ୍‌ୟୁଡବ୍ଲ୍ୟୁ ଶିଶୁଙ୍କର ପୁଷ୍ଟିଗତ ଓ ସ୍ୱାସ୍ଥ୍ୟଗତ ଉନ୍ନତି ନିମନ୍ତେ ଓଡ଼ିଶା କ୍ୟାବିନେଟ୍ “ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ କରିଛନ୍ତି ।

ଏହି ଯୋଜନା ଜରିଆରେ ରାଜ୍ୟର ସମସ୍ତ ଜିଲ୍ଲାର କିଶୋରୀ ବାଳିକା (୧୫-୧୯ ବର୍ଷ)ଙ୍କ ପାଇଁ ପୁଷ୍ଟିଗତ ଉନ୍ନତି ନିମନ୍ତେ ଅଣ୍ଡା, ଲଡୁ, ପୁଷ୍ଟିକର ସପ୍ଲିମେଣ୍ଟ ଖାଦ୍ୟ ଇତ୍ୟାଦି ଯୋଗାଇ ଦିଆଯିବ । ଆଇସିଡିଏସ୍ ପ୍ରୋଜେକ୍ଟ ସ୍ତରରେ କିଶୋରୀ ମେଳା ଆୟୋଜନ କରାଯିବା ସହ କିଶୋରୀ ବାଳିକାଙ୍କ ରକ୍ତହୀନତା ସ୍କ୍ରିନିଂ ଓ ଅନ୍ୟାନ୍ୟ ଆଇଇସି ଓ ଏସଇସିସି କାର୍ଯ୍ୟକଳାପ ସଂଗଠିତ ହେବ । ଗର୍ଭବତୀ ମହିଳା ଓ ପ୍ରସ୍ତୁତି ମା’ ଅତିରିକ୍ତ ଘରକୁ ରାସନ ଆକାରରେ ଅଣ୍ଡା, ମିଲେଟ ଏବଂ ପୁଷ୍ଟିକର ଖାଦ୍ୟ ପଦାର୍ଥ ଇତ୍ୟାଦି ଯୋଗାଇ ଦିଆଯିବ । ୬ ବର୍ଷ ବୟସରୁ କମ୍ ଶିଶୁଙ୍କ ନିମନ୍ତେ ଅଣ୍ଡା ଯୋଗାଇ ଦିଆଯିବ । ଏମ୍‌ଏସ୍‌ପିୱାଇ ରାଜ୍ୟର ପୁଷ୍ଟିଗତ ସ୍ଥିତିର ଉନ୍ନତି ପାଇଁ ଏକ ରୂପାନ୍ତରିତ ରଣନୀତି ବୋଲି ରାଜ୍ୟ ସରକାର ଅବିହିତ କରିଛନ୍ତି ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି ।

‘ଅବଢ଼ା’ ଯୋଜନା ଅଟକଳ ବୃଦ୍ଧି
ପୁନଃ ଅଟକଳ ହୋଇଛି ‘ଅବଢ଼ା’ ଯୋଜନା । ପୂର୍ବରୁ ଉକ୍ତ ଯୋଜନାରେ ୩୨୦୮ କୋଟିର ବ୍ୟୟବରାଦ ହୋଇଥିଲା । ଏବେ ୪୨୨୪.୨୨ କୋଟି ଟଙ୍କାକୁ ତାହା ବୃଦ୍ଧି କରାଯାଇଛି । ଏସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ପୁରୀକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ‘ଅବଢ଼ା’ ଯୋଜନା ଲାଗୁ ହୋଇଛି । ଏହି ଯୋଜନାରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ମାତ୍ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରକଳ୍ପଗୁଡ଼ିକରେ କିଛି ପରିବର୍ତ୍ତନ କରାଯାଇ ଅତିରିକ୍ତ ପ୍ରକଳ୍ପ ଭାବେ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking