24.1 C
Bhubaneswar
Monday, March 23, 2026
Homeଓଡିଶା୯ ପ୍ରସ୍ତାବରେ କ୍ୟାବିନେଟ୍ ମୋହର; ୮୦ ବର୍ଷରୁ ବୟସ ଅଧିକ ବ୍ୟକ୍ତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୩୫୦୦...

୯ ପ୍ରସ୍ତାବରେ କ୍ୟାବିନେଟ୍ ମୋହର; ୮୦ ବର୍ଷରୁ ବୟସ ଅଧିକ ବ୍ୟକ୍ତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କା

– ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ୫ ବର୍ଷରେ ୭୫୦ କୋଟି ବ୍ୟୟ
– ମାର୍ଚ୍ଚ ସୁଦ୍ଧା ଆବେଦନ କଲେ ଏକକାଳୀନ ୨ଟି ସୁଭଦ୍ରା କିସ୍ତି ମିଳିବ
– ପିଏମ୍ ସୂର୍ଯ୍ୟଘର ଯୋଜନାରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍‌

ଭୁବନେଶ୍ୱର: ଅଶୀ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କୁ ମାସିକ ମିଳିବ ୩୫୦୦ ଟଙ୍କା ଭତ୍ତା। ବର୍ତ୍ତମାନ ରାଜ୍ୟ ସରକାର ଦେଉଛନ୍ତି ମାତ୍ର ମାସିକ ଭତ୍ତା ୧୨୦୦ ଟଙ୍କା। ସେହିପରିି ୮୦% କିମ୍ବା ତାଠାରୁ ଅଧିକ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ସରକାର ମାସିକ ଭତ୍ତା ୩୫୦୦ ଟଙ୍କା ଦେବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଦ୍ଧିତ ଭତ୍ତା ଚଳିତ ମାସ ଠାରୁ ଲାଗୁ ହେବ। ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମର ପ୍ରତିନିଧିଙ୍କୁ କହିିଛନ୍ତି ଯେ, ରାଜ୍ୟ କ୍ୟାବିନେଟ୍ ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଛି। କୃଷି, ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ ସୁରକ୍ଷା ବିଭାଗର ପ୍ରସ୍ତାବ ଅନ୍ତର୍ଭୁକ୍ତ ରହିଛି। ରାଜ୍ୟ ସରକାର ପୂର୍ବରୁ ଯାହା ଘୋଷଣା କରିଥିଲେ, ତାହା ପାଳନ କରିଛନ୍ତି। ଅଶୀ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କୁ ଏଣିିକି ମିଳିବ ମାସିକ ମିଳିବ ୩୫୦୦ ଟଙ୍କା ଭତ୍ତା। ରାଜ୍ୟ କ୍ୟାବିନେଟ୍ ଏହା ଉପରେ ମୋହର ଲଗାଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି ଯେ, ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି। ‘ସୁଭଦ୍ରା’ ଓଡ଼ିଶାର ସର୍ବ ବୃହତ ମହିଳା ସଶକ୍ତିକରଣ ଅଭିଯାନ। ଏହି ଯୋଜନା ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବାରେ ସହାୟକ ହେବା ସହିତ ଏକ ସମୃଦ୍ଧ ଓଡ଼ିଶାର ମୂଳଦୁଆ ପକାଇଛି। ‘ସୁଭଦ୍ରା’ ଯୋଜନା ଓଡ଼ିଶାର ମା’ ଓ ଭଉଣୀମାନଙ୍କ ଜୀବନରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କ ଅର୍ଥନୈତିକ ସଶକ୍ତିକରଣ କରିବ। ଏହା ସହିତ ସେମାନଙ୍କ ସାମାଜିକ ସମ୍ମାନ ମଧ୍ୟ ବଢାଇବ। ଏହି ଯୋଜନା ସାରା ଓଡ଼ିଶାର ମା’ ମାନଙ୍କ ମୁହଁରେ ହସ ଓ ଖୁସି ଆଣିଛି। ମା’ମାନଙ୍କ ହସ ଓ ଖୁସି ହିଁ ଓଡ଼ିଶାର ବିକାଶର ଗାଡ଼ିକୁ ଦ୍ରୁତଗାମୀ କରାଇବ। ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ଆବେଦନକାରୀ ଯଦି ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରନ୍ତି, ସେମାନଙ୍କୁ ୨ଟି କିସ୍ତିର ଟଙ୍କା ମିଳିବ। ମାର୍ଚ୍ଚ ସୁଦ୍ଧା ଆବେଦନ କଲେ ଏକକାଳୀନ ୨ଟି କିସ୍ତି ମିଳିବ।

ଶ୍ରୀ ଆହଜା କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୧ କୋଟି ୩୦ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀ ସୁଭଦ୍ରା ଅଧୀନରେ ଆବେଦନ କରିଥିଲେ। ସୁଭଦ୍ରାରେ ପଞ୍ଜିକରଣ ପାଇଁ ରାଜ୍ୟରେ ୨୮ ହଜାର ୪୦ରୁ ଅଧିକ ସାଧାରଣ ସେବା କେନ୍ଦ୍ର ଏବଂ ୧୦ ହଜାର ୫୫ରୁ ଅଧିକ ମୋ ସେବା କେନ୍ଦ୍ର କାର୍ଯ୍ୟ କରୁଛି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫୦୦୦ ଟଙ୍କାର ପ୍ରଥମ କିସ୍ତିର ସହାୟତା ପ୍ରଧାନମନ୍ତ୍ରୀଙ୍କ କରକମଳରେ ହସ୍ତାନ୍ତର କରାଯାଇଥିଲା। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଆର୍ôଥକ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ୩୫ ଲକ୍ଷରୁ ଉର୍ଦ୍ଧ୍ୱ ନୂତନ ହିତାଧିକାରୀଙ୍କୁ ୫୦୦୦ ଟଙ୍କାର ଆର୍ôଥକ ସହାୟତା ଦିଆଯାଇଥିଲା। ୨୦୩୬ ପାଇଁ ୨୦୪୭ ପାଇଁ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନ କରିବାର ଆମର ଲକ୍ଷ୍ୟ ନିଶ୍ଚୟ ପୂରଣ ଦିଗରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିବା ସେ ପ୍ରକାଶ କରିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଉପରେ ରାଜ୍ୟ ସରକାର ଅଧିକ ଫୋକସ୍ ଦେଇଛନ୍ତି। ଆଗାମୀ ୫ ବର୍ଷରେ ଏହି ଯୋଜନା ବାବଦରେ ବ୍ୟୟ ହେବ ୭୫୦ କୋଟି ଟଙ୍କା। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ପିଏମ୍ ସୂର୍ଯ୍ୟଘର ଯୋଜନାରେ ରାଜ୍ୟ ସରକାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ୧କିଲୋ ୱାଟ୍‌ର ସୋଲାର ପାଇଁ ରାଜ୍ୟ ସରକାର ଅତିରିକ୍ତ ୨୫ ହଜାର ଟଙ୍କା ଦେବେ। କେନ୍ଦ୍ରର ୩୦ ହଜାର ସବ୍‌ସିଡି ବାଦ୍ ରାଜ୍ୟ ସରକାର ୨୫ ହଜାର ଟଙ୍କା ଦେବେ। ସେହିପରି ୩ କିଲୋୱାଟ୍ ସୋଲର ଲଗାଇଲେ ରାଜ୍ୟ ସରକାର ୬୦ ହଜାର ଟଙ୍କା ସହାୟତା ପ୍ରଦାନ କରିବେ। କ୍ୟାବିନେଟ୍ ବି ଅନୁମୋଦନ ଦେଇଛି ବୋଲି ସେ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking